ମନୋରଞ୍ଜନ

ପରଲୋକରେ ଜଣାଶୁଣା ପ୍ରଯୋଜକ ରାଜ୍‌କୁମାର କୋହଲି

(ମୁମ୍ବାଇ) : ଆଉ ନାହାନ୍ତି  ହିନ୍ଦୀ ସିନେମାର ଜଣାଶୁଣା ପ୍ରଯୋଜକ ରାଜ୍‌କୁମାର କୋହଲି । ଯାହା ମନୋରଞ୍ଜନ ଦୁନିଆ ପାଇଁ ଏକ ବଡ଼ ଦୁଃଖ। ୯୩ ବର୍ଷୀୟ ରାଜ୍‌କୁମାର ହୃଦ୍‌ଘାତରେ ଶୁକ୍ରବାର ସକାଳୁ ତାଙ୍କର ‌ଦେହାନ୍ତ ହୋଇଯାଇଛି ।

ସୂଚନାନୁଯାୟୀ , ବଲିଉଡ୍‌ରେ ତାଙ୍କୁ ‘ଜାନି ଦୁଷ୍ମନ୍’, ‘ନାଗିନ୍‌’‘ନୌକର୍‌ ବିବିକା’, ‘ବଦଲେ କି ଆଗ୍‌’, ‘ମୁକାବଲା’ ଓ ‘ରାଜ୍‌ ତିଲକ୍‌’ ପରି ସିନେମା ପାଇଁ ଜଣାଯାଏ। ଇଣ୍ଡଷ୍ଟ୍ରିରେ ସେ ଧର୍ମେନ୍ଦ୍ର, ଜିତେନ୍ଦ୍ର, ଶତ୍ରୁଘ୍ନ ସିହ୍ନା, ଅନିତା ରାଜ୍‌, ସୁନୀଲ ଦତ୍ତଙ୍କ ପରି ଅନେକ ବଡ଼ କଳାକାରଙ୍କ ସହ କାମ କରିଛନ୍ତି। ତାଙ୍କୁ ବାସ୍ତବ ପରିଚୟ ମିଳିଲା ‘ଜାନି ଦୁଷ୍ମନ୍’ ପରେ।

Related posts

ମିସ୍‌ ୱାର୍ଲ୍ଡ ମୁକୁଟ ହାତେଇଲେ କ୍ରିଷ୍ଟିନା ପାଇସ୍କୋଭା 

mahabharatanews

 ପୁଣି ଏକାଠି ନଜର ଆସିଲେ ସୁସ୍ମିତା ଓ ତାଙ୍କ ପ୍ରେମିକ 

mahabharatanews

ବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲ

mahabharatanews