ମନୋରଞ୍ଜନ

ମିସ୍‌ ୱାର୍ଲ୍ଡ ମୁକୁଟ ହାତେଇଲେ କ୍ରିଷ୍ଟିନା ପାଇସ୍କୋଭା 

(ମୁମ୍ବାଇ) :  ଚେକ୍ ରିପବ୍ଲିକ୍‌ର କ୍ରିଷ୍ଟିନା ପାଇସ୍କୋଭା ୭୧ତମ ମିସ୍ ୱାର୍ଲ୍ଡ ଟାଇଟଲ ହାତେଇଛନ୍ତି । ଏହି ୨୪ ବର୍ଷୀୟ ସୁନ୍ଦରୀ ଆଜି ମୁମ୍ବାଇରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି। ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ଫିନାଲେ ମୁମ୍ବାଇର ପ୍ରତିଷ୍ଠିତ ଜିଓ ୱାର୍ଲ୍ଡ କନ୍‌ଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ବେଳେ କ୍ରିଷ୍ଟିନା ୧୧୫ଟି ଦେଶର ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ସୂଚନାନୁଯାୟୀ , ଗତବର୍ଷର ମିସ୍ ୱାର୍ଲ୍ଡ ବିଜେତା ପୋଲାଣ୍ଡର କାରୋଲିନା ବିଲାସ୍କା କ୍ରିଷ୍ଟିନାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ମୁକୁଟ ପିନ୍ଧାଇଥିଲେ। ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଲେବାନନ୍‌ର ୟାସ୍ମିନା ଜାଏତୁନ୍ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି। କ୍ରିଷ୍ଟିନାଙ୍କର ସବୁଠାରୁ ଗର୍ବିତ ମୁହୂର୍ତ୍ତ ଥିଲା ତାଞ୍ଜାନିଆରେ ଗରିବ ପିଲାଙ୍କ ପାଇଁ ଏକ ଇଂରାଜୀ ସ୍କୁଲ ଖୋଲିବା । ସେ ଭାଓଲିନ ବଜାଇବାକୁ ଭଲ ପାଆନ୍ତି ଏବଂ ସଙ୍ଗୀତ ଏବଂ କଳା ପ୍ରତି ତାଙ୍କର ସ୍ବତନ୍ତ୍ର ଆଗ୍ରହ ଅଛି । ୨୮ ବର୍ଷର ବ୍ୟବଧାନ ପରେ ଭାରତରେ ମିସ୍ ୱାର୍ଲ୍ଡ ୨୦୨୪ ପ୍ରତିଯୋଗିତାର ୭୧ତମ ସଂସ୍କରଣକୁ ନେଇ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା।

Related posts

୨୫୦ କୋଟି ଆୟ କଲା ସନି ଦେଓଲଙ୍କ ‘ଗଦର ୨’ !

mahabharatanews

‘ବିଗ୍‌ବସ୍‌-୧୭’କୁ ହୋଷ୍ଟ୍‌ କରିବେ ୩ଭାଇ

mahabharatanews

ଏହି କାମ କରୁଥିବା ବେଳେ ‘‘ବନ୍ଦ କର’’କହିଲେ ସାରା

mahabharatanews