ଖେଳଭାରତମନୋରଞ୍ଜନ

ବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲ

ଭାରତୀୟ କ୍ରିକେଟର ଓ ବଲିଉଡ ଯୋଡି କଥା ଆସିଲେ ପ୍ରଥମେ ମନରେ ଆସେ ଅନୁଷ୍କା ଶର୍ମା ଓ ବିରାଟ କୋହଲି । ଅନୁଷ୍କା ବଲିଉଡର ଜଣେ ଆଗ ଧାଡିର ହିରେଇନ । ସେହିପରି ବିରାଟ କୋହଲି ହେଉଛନନ୍ତି ଭାରତୀୟ ଦଳର ପୂର୍ବତମ ଅଧିନାୟକ ତଣା ଆରସିବି କ୍ୟାପଟେନ । ବିରାଟ ଅନୁଷ୍କା ବିବାହ ପରଠାରୁ ତାଙ୍କ ଯୋଡିକୁ ଖୁବ ପସନ୍ଦ କରନ୍ତି । ବିରୁଷ୍କାଙ୍କ ପ୍ରତିଟି ଷ୍ଟାଇଲ୍କୁ ଫଲୋ କରୁଛନ୍ତି ସେମାନଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ । ତେବେ ଫୁରସତ୍ ସମୟରେ ବିରାଟ ଅନେକ ମଜାଦାର ଭିଡିଓ ଅନୁଷ୍କାଙ୍କ ସହ ସେୟାର କରିଥିବା ଦେଖିବାକୁ ମିଳିଛି।
ନିକଟରେ ଅନୁଷ୍କା ଇନଷ୍ଟାଗ୍ରାମରେ ଏକ ଭିିଡିଓ ସେୟାର କରିଛନ୍ତି । ଯେଉଁଠାରେ ଦେଖିବାକୁ ମିଳୁଛି ଅନୁଷ୍କା ଓ ବିରାଟ ଜିମରେ ଏଣ୍ଟ୍ରି କରୁଛନ୍ତି । ଦୁଇ ଜଣ ପ୍ରବେଶ କରିବା ସମୟରେ ଡ୍ୟାନ୍ସର ଷ୍ଟାଇଲ୍ ଯେପରି ଏକା ସମୟରେ ରହୁଛି। ପରେ ଗୋଟିଏ ଗୋଡ଼ରେ ବିରାଟ ଓ ଅନୁଷ୍କାଙ୍କୁ ଡ୍ୟାନ୍ସ କରିବାର ଦେଖିବାକୁ ମିଳୁଛି। କିଛି କ୍ଷଣ ପରେ ବିରାଟ ଆଗକୁ ଝୁଙ୍କି ପଡ଼ି ଫ୍ରେମ୍ରୁ ବାହାରି ଯାଉଛନ୍ତି। ତାଙ୍କ ପଛରେ ହସି ହସି ଅନୁଷ୍କା ମଧ୍ୟ ଚାଲିଯାଉଛନ୍ତି। କ୍ୟାପସନ୍ ଦେଇ ଅନୁଷ୍କା ଲେଖିଛନ୍ତି ଯେ ‘ଡ୍ୟାନ୍ସ ପେ ଚାନ୍ସ’,। ଯାହା ତାଙ୍କ ଡେବ୍ୟୁ ‘ରବ ନେ ବନାଦି ଯୋଡି’ ଗୀତକୁ ସେ ବାଛିଚନ୍ତି। ଅପଲୋଡ୍ କରିବାର କେଇ କ୍ଷଣ ପରେ ଶହ ଶହ କମେଣ୍ଟ ଆସିବା ସହ ବିରାଟ ଓ ଅନୁଷ୍କାଙ୍କ ଲଭ୍ କେମେଷ୍ଟ୍ରିଙ୍କୁ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଅନେକ ୟୁଜର ଉଭୟଙ୍କୁ ରାଜା ରାଣୀ ବୋଲି ସମ୍ବୋଧିତ କରିଛନ୍ତି।

Related posts

ଏଥର ସଂସଦକୁ ସୁରକ୍ଷା ଦେବ CISF

mahabharatanews

ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

mahabharatanews

ବଡ଼ଭଇଁରୋରେ କ୍ରିକେଟ ପ୍ରତିଯୋଗିତା

mahabharatanews