ଅପରାଧଓଡିଶା

ଅସହ୍ୟ ହେଲା ମାନସିକ ନିର୍ଯାତନା,ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର

ବ୍ରହ୍ମପୁର : ମାନସିକ ନିର୍ଯାତନା ସହି ନପାରି ଜୀବନ ହାରିଦେଲେ ନାବାଳକ । କୀଟନାଶକ ପିଇ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କେ. ନୂଆଁଗଡ଼ ଗାଁରେ ।  ପୁଅର ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ମୃତ ଛାତ୍ର ଜଣଙ୍କ ହେଲେ ନାରାୟଣ ପରିଡ଼ାଙ୍କ ବଡ଼ ପୁଅ ଚନ୍ଦନ ପରିଡ଼ା । ଚନ୍ଦନ କ୍ଷତ୍ରିୟବରପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଗତମାସ ୧୭ ତାରିଖ ଦିନ ନିଜ ସାଙ୍ଗ ମାନଙ୍କ ସହିତ ଗାଆଁ ଦାଣ୍ଡରେ କ୍ରିକେଟ୍ ଖେଳୁଥିଲେ। ଏହି ସମୟରେ ବଲଟି ଗ୍ରାମର ଜଣେ ମହିଳାଙ୍କ ଦେହରେ ବାଜିଥିଲା।

ଏହି ଘଟଣାକୁ ନେଇ ମହିଳା ଜଣକ ଗାଙ୍ଗପୁର ଥାନାରେ ଚନ୍ଦନ ଏବଂ ନାରାୟଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ମହିଳାଙ୍କ ଏତଲାକୁ ଭିତ୍ତି କରି ଗାଙ୍ଗପୁର ଥାନାରେ ଏକ କେଶ୍ ରୁଜୁ ହୋଇଥିଲା। ଚନ୍ଦନ ଓ ତାଙ୍କ ବାପାଙ୍କୁ ଥାନାକୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା ପୋଲିସ ।

ଏସବୁ ପରେ ସମ୍ପୃକ୍ତ ମହିଳା ଏବଂ ଗ୍ରାମର ଅନ୍ୟ ଦୁଇଜଣ ବ୍ୟକ୍ତି ଭବିଷ୍ୟତ ନଷ୍ଟ ହୋଇଗଲା, କେବେ ଚାକିରି କରିପାରିବୁ ନାହିଁ ବୋଲି ଚନ୍ଦନକୁ ବାରମ୍ବାର କହୁଥିଲେ । ଆଉ ସେହି ଚାପରେ ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା ।

Related posts

ସିଏମସି ଯନ୍ତ୍ରୀ ବିଭାଗରେ ଅଗ୍ନିକାଣ୍ଡ

mahabharatanews

ମୁହଁତୋଡ ଜବାବ ଦେଲେ ଯବାନ

mahabharatanews

ଶାଳ କାଠ ଚାଲାଣ ବେଳେ ୪ ଗିରଫ

mahabharatanews