ଓଡିଶା

ମୁକ୍ତ ଆକାଶ ରଙ୍ଗମଂଚରେ ମୋହିନ ଆଟ୍ଟମ ଓ ଓଡିଶୀ ନୃତ୍ୟ

(ଜୟନ୍ତ କୁମାର ସେଠୀ /ମହାଭାରତ )ଗୋପ: କୋଣାର୍କ ଉତ୍ସବର ୩ୟ ସଂଧ୍ୟା ମୁକ୍ତ ଆକାଶ ରଙ୍ଗ ମଂଚରେ ପ୍ରର୍ଦଶିତ ହୋଇଛି ମୋହିନ ଆଟ୍ଟମ ଓ ଓଡିଶୀ ନୃତ୍ୟ । ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ଓ ସୁସଜ୍ଜିତ ପରିବେଶରେ ପୁରାଣ ପ୍ରସଙ୍ଗ ଓ ଜିବନ ଦର୍ଶନକୁ ଶାସ୍ରିୟ ନୃତ୍ୟ ମାଧ୍ୟମରେ କଳାକାରଙ୍କ ଦ୍ଵାରା ଉପସ୍ଥାପନାକୁ ବେଶ୍ ମନଭରି ଉପଭୋଗ କରିଛନ୍ତି ଉପସ୍ଥିତ ଦର୍ଶକ । ପ୍ରଥମେ ଗୁରୁ ସ୍ଵପ୍ନାରାଣୀ ସିହ୍ନା ଙ୍କ ନିର୍ଦ୍ଦୈଶନାରେ ନୃତ୍ୟ ନିଳୟ ଅନୁଷ୍ଟାନର କଳାକାର ମାନଙ୍କ ଦ୍ଵାରା ବେଦର ଅଗ୍ନିମୁକ୍ତ ଆଧାରିତ ଅଗ୍ନିସ୍ତୁତି, ପରେ ପରେ ନୃତ୍ୟ ନାଟିକା ତ୍ରୀବେଣୀ ସଙ୍ଗମ, ପବିତ୍ର ଗଙ୍ଗା, ଯମୁନା, ସରସ୍ଵତୀ ନଦୀର ମହିମା ସହ ଆଧାତ୍ମିକ ପୃଷ୍ଠଭୂମି ସମ୍ଵଳିତ ଧର୍ମୀୟ ବିଶ୍ଵାସର ଭାବଧାରାକୁ ନେଇ ନୃତ୍ୟ ପରିବେଷିତ କରିଥିଲେ କଳାକାର ମାନେ । ଏହାପରେ ୨ୟ ଚରଣରେ ମୋହିନ ଆଟ୍ଟମର ଗୁରୁ ଜୟପ୍ରଭା ମେନନ ଓ ସାଥୀ କଳାକାର ମାନେ ଶ୍ରୀ ଜୟଦେବକୃତ ଗୀତ ଗୋବିନ୍ଦମର ଚର୍ଚ୍ଚିତ ଅଷ୍ଟପଦୀ ଚନ୍ଦନ ଚର୍ଚ୍ଚିତ ନୀଳକଳେଵର ଅତି ନିଖୁଣ ଭାରେ ମଂଚରେ ପଦର୍ଶିତ କରିଥିଲେ । ପରିଶେଷରେ ନୃତ୍ୟ ମାଧ୍ୟମରେ ଜୀବ, ମୋକ୍ଷ,ଓ ଉପସଂହାରର ଆବେଗକୁ ନୃତ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ ନୃତ୍ୟ ଶିଳ୍ପୀ ।
କୋଣାର୍କ ଉତ୍ସବରେ କଳାକାର ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ ଅତି ଜିବନ୍ତ ଓ ହୃଦୟସ୍ପଶୀ ଥିବାର କହିଛନ୍ତି ଦର୍ଶକ । ସେପଟେ ଚଳିତ ବର୍ଷ କୋଣାର୍କ ଉତ୍ସବ ଅଧିକ ପର୍ୟ୍ୟଟକ ମାନଙ୍କୁ ଆକୃଷ୍ଠ କରି ପାରିଛି । ଏହି ଉତ୍ସବ ଦେଶ ବିଦେଶରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆଗକୁ ଭଲ ଭଲ କଳାକାର ମାନେ ଏହି ଉତ୍ସବ ପ୍ରତି ଆଗ୍ରହ ବଢାଇବ ବୋଲି କହିଛନ୍ତି ୩ୟ ଦିବସରେ ଯୋଗ ଦେଇଥିବା ଅତିଥୀ ।

Related posts

ବିଜେପି ସରକାରର ୨ବର୍ଷ ପୂର୍ତ୍ତି ଅବସରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ୧୫ ନମ୍ୱର ଜୋନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ   

mahabharatanews

ଅଭିନବ ରୂପରେ ବିବାହ ବାର୍ଷିକୀ ପାଳିଲେ ରାଳବ ଗ୍ରାମର ବାଉରୀ ବନ୍ଧୁ ଦଳାଇ

mahabharatanews

ତରଭା କୃଷକ ସଂଗଠନର ଧାରଣା

mahabharatanews