ଅପରାଧ

ଜାମିନରେ ଆସି ନାବାଳିକାଙ୍କୁ ପୁଣି ଦୁଷ୍କର୍ମ ଉଦ୍ୟମ, ୨ ଅଭିଯୁକ୍ତ ଫେରାର

(ମହାଭାରତ, ଚାନ୍ଦବାଲି): ଜାମିନରେ ଆସିବା ପରେ ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ଚାନ୍ଦବାଲିରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଇ ଅଭିଯୁକ୍ତ ପୀଡିତାଙ୍କ ପରିବାର ଉପରେ ଆକ୍ରମଣ କରିଥିବା ଖବର ବି ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଦୋସିଙ୍ଗ ପଞ୍ଚାୟତର ରବୀନ୍ଦ୍ର ନଗର ଗାଁର ଦୁଇ ଯୁବକ ତାପସ କୁମାର ସାହୁ ଏବଂ ଦୀପକ ଖଟୁଆ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ପୋଲିସ ହାତରେ ଧରା ପଡିଥିଲେ । ପରେ ସେମାନଙ୍କୁ ଜେଲ ପଠାଯାଇଥିଲା । ତେବେ ଗତ ଗୁରୁବାର ଦିନ ଦୁଇ ଅଭିଯୁକ୍ତ ଏହି ମାମଲାରେ ଜାମିନ ପାଇଥିଲେ । ଏହାପରେ ପୀଡିତାଙ୍କ ଘରକୁ ଯାଇ ତାଙ୍କୁ ପୁଣି ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହାର ପ୍ରତିବାଦରେ ପୀଡିତା ନାବାଳିକା ନ୍ୟାୟ ପାଇଁ ଧାମରା ଥାନା ସମ୍ମୁଖରେ ନିଜ ବାପା ମାଆଙ୍କ ସହ ଧାରଣା ଦେଇଥିଲେ । ପୋଲିସ ପକ୍ଷରୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟଙ୍କୁ ପ୍ରତିଶୃତି ଦିଆଯିବା ପରେ ସେମାନେ ଘରକୁ ଫେରିଛନ୍ତି ।

Related posts

ବଲାଙ୍ଗିରରେ ଆଦିବାସୀ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

mahabharatanews

ମହିଳା ବ୍ୟବସାୟୀଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟ

mahabharatanews

ଭୁବନେଶ୍ୱରରେ ହତ୍ୟା କରି ଘଟଗାଁ ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ ପୁରୁଷ ବନ୍ଧୁ

mahabharatanews