ଅପରାଧ

ଜାମିନରେ ଆସି ନାବାଳିକାଙ୍କୁ ପୁଣି ଦୁଷ୍କର୍ମ ଉଦ୍ୟମ, ୨ ଅଭିଯୁକ୍ତ ଫେରାର

(ମହାଭାରତ, ଚାନ୍ଦବାଲି): ଜାମିନରେ ଆସିବା ପରେ ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ଚାନ୍ଦବାଲିରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଇ ଅଭିଯୁକ୍ତ ପୀଡିତାଙ୍କ ପରିବାର ଉପରେ ଆକ୍ରମଣ କରିଥିବା ଖବର ବି ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଦୋସିଙ୍ଗ ପଞ୍ଚାୟତର ରବୀନ୍ଦ୍ର ନଗର ଗାଁର ଦୁଇ ଯୁବକ ତାପସ କୁମାର ସାହୁ ଏବଂ ଦୀପକ ଖଟୁଆ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ପୋଲିସ ହାତରେ ଧରା ପଡିଥିଲେ । ପରେ ସେମାନଙ୍କୁ ଜେଲ ପଠାଯାଇଥିଲା । ତେବେ ଗତ ଗୁରୁବାର ଦିନ ଦୁଇ ଅଭିଯୁକ୍ତ ଏହି ମାମଲାରେ ଜାମିନ ପାଇଥିଲେ । ଏହାପରେ ପୀଡିତାଙ୍କ ଘରକୁ ଯାଇ ତାଙ୍କୁ ପୁଣି ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହାର ପ୍ରତିବାଦରେ ପୀଡିତା ନାବାଳିକା ନ୍ୟାୟ ପାଇଁ ଧାମରା ଥାନା ସମ୍ମୁଖରେ ନିଜ ବାପା ମାଆଙ୍କ ସହ ଧାରଣା ଦେଇଥିଲେ । ପୋଲିସ ପକ୍ଷରୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟଙ୍କୁ ପ୍ରତିଶୃତି ଦିଆଯିବା ପରେ ସେମାନେ ଘରକୁ ଫେରିଛନ୍ତି ।

Related posts

ଗାଁ ରାସ୍ତାରେ ଶାବଳରେ ଆକ୍ରମଣ କରି ଦୁଇ ଜଣଙ୍କ ଜୀବନ ନେଲା

mahabharatanews

ଅସ୍ତ୍ର ଛାଡ଼ି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ପୂର୍ବତନ ମାଓ କମାଣ୍ଡର ବେଣୁ ଗୋପାଳ ଭୂପତିଙ୍କ ଅପିଲ

mahabharatanews

ଯଦି ମୋ ନିଜ ଝିଅ ଏହା କରିଛି ତାକୁ ମଧ୍ୟ ସେଠାରୁ ଠେଲି ଦିଆଯିବା ଉଚିତ…!

mahabharatanews