ଓଡିଶା

କଟକବାସୀଙ୍କୁ ଡିସିପିଙ୍କ ବଡ଼ ପରାମର୍ଶ

ଆସୁଛି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଦୀପ ଜାଳି ବାଣ ଫୁଟାଇ ପର୍ବ ପାଳିବେ ସମସ୍ତେ । ତେବେ ପର୍ବ ପାଳନ ବେଳେ କଟକଣା ମାନିବାକୁ କଟକବାସୀଙ୍କୁ ନିବେଦନ କରିଛନ୍ତି ଡିସିପି । କମିଶନରେଟ୍ ପୋଲିସ ନିର୍ଦ୍ଧାରିତ କରିଥିବା ସଂଧ୍ୟା ୭ଟାରୁ ୯ଟା ଭିତରେ ବାଣ ଫୁଟାଇବା ପାଇଁ ସହରବାସୀଙ୍କୁ ଡିସିପି ପରାମର୍ଶ ଦେଇଛନ୍ତି । ଏହାସହ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବାଣ ନଫୁଟାଇବା ପାଇଁ କମିଶନରେଟ ପୋଲିସ କଡା ନିର୍ଦ୍ଦେଶ ଜାରି କରିଛି । ଏହା ଛଡା ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଓ ବିଶେଷ କରି ରକେଟ୍ ଭଳି ବାଣ ନଫୁଟାଇବା ପାଇଁ ଡିସିପି ପରାମର୍ଶ ଦେଇଛନ୍ତି ।

Related posts

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ : ପୌର ନିର୍ବାଚନ

mahabharatanews

୧୫ ଯାଏଁ ଅତି ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି

mahabharatanews

ଡାକ୍ତରଙ୍କୁ ଦୁର୍ବ୍ୟବହାର: ଜଣେ ଅଟକ

mahabharatanews