ଭାଜପା ଆଖଣ୍ଡଳମଣି ମଣ୍ଡଳ ପକ୍ଷରୁ ମଙ୍ଗଳବାର ଦିନ ଖେରଙ୍ଗ ସ୍ଥିତ ପାର୍ଟି କାର୍ଯ୍ୟାଳୟଠାରେ ମଣ୍ଡଳ ସଭାପତି ସନ୍ଦୀପ କୁମାର ନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା ଏବଂ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ପ୍ରଭାରୀ ଅଜୟ କୁମାର ନାୟକ ଯୋଗଦେଇଥିଲେ l ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସାଂଗଠନିକ ସ୍ଥିତି ଓ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା।
ଏଥିସହ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପଞ୍ଚାୟତ ସ୍ତରରେ ଦଳୀୟ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ସ୍ଥାପନ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭାଜପା ଜିଲା ସାଧାରଣ ସମ୍ପାଦକ କମଳାକାନ୍ତ ସୂତାର, ମିନକେତନ ବିଶ୍ୱାଳ, ପ୍ରଶାନ୍ତ ମାଝୀ, ଲଲାଲଳିତ ନାୟକ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସ୍ଵାଗତିକା ପଲାଇ ପ୍ରମୁଖ ଯୋଗ ଦେଇଥିଲେ l
