Uncategorized

ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାତିରେ ନାଗରିକତା ସଂଶୋଧନ ବିଲ-୨୦୧୯କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଂଜୁରୀ ମିଳି ଯାଇଛି । ରାଷ୍ଟ୍ରପତିଙ୍କ ମଂଜୁରୀ ପରେ ବହୁ ପ୍ରତିକ୍ଷିତ ଏହି ବିଲ ଅ।ଇନରେ ପରିଣତ ହୋଇଯାଇଛି । ଗୁରୁବାର ଏହା ଅଫିସିଅ।ଲ ଭାବେ ରାଜପତ୍ରରେ ସ୍ଥାନ ପାଇଛି ।

ଫଳରେ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ପାକିସ୍ତାନ, ବାଙ୍ଗଲାଦେଶ, ଆଫଗାନିସ୍ତାନରୁ ଭାରତକୁ ଆସି ଆଶ୍ରୟ ନେଇଥିବା ସେଠାକାର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଇସାଈ ସଂପ୍ରଦାୟ ଲୋକେ ଭାରତର ନାଗରିକତା ହାସଲ କରି ପାରିବେ । ସେମାନେ ସାଧାରଣ ଭାରତୀୟଙ୍କ ପରି ସମସ୍ତ ସରକାରୀ ଯୋଜନାର ସୁଫଳ ଲାଭ କରିବା ସହ ସରକାରୀ ଚାକିରି ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇ ପାରିବେ ।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ବିଲ ସୋମବାର ଲୋକସଭାରେ ଗୃହୀତ ହେବା ପରେ ବୁଧବାର ରାଜ୍ୟସଭାରେ ଗୃହୀତ ହୋଇଥିଲା । ୬ ସଂପ୍ରଦାୟର ଶରଣାର୍ଥୀଙ୍କୁ ୫ ବର୍ଷ ଯାଏଁ ଭାରତରେ ରହିବା ପରେ ଭାରତର ନାଗରିକତା ଦିଅ ।ଯିବ । ଏପର୍ଯ୍ୟନ୍ତ ଏହି ସୀମା ୧୧ ବର୍ଷ ଥିଲା । ଅ ।ଇନ ଅନୁସାରେ ଏଭଳି ଶରଣାର୍ଥୀଙ୍କୁ ବେଅ ।ଇ ପ୍ରବାସୀ ରୂପେ ଧରାଯାଇଥିବା ପରେ ହୋଇଥିବା ମୋକଦ୍ଦମାରୁ ମଧ୍ୟ ମୁକ୍ତି ଦିଅ ।ଯିବ । ଅ ।ଇନ ଅନୁସାରେ ଏହା ଅ ।ସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଅ ।ଦିବାସୀ ଅଂଚଳରେ ଲାଗୁ ହେବ ନାହିଁ । କାରଣ ଏହି କ୍ଷେତ୍ର ସମ୍ବିଧାନର ୬ଷ୍ଠ ସୂଚୀରେ ସାମିଲ ଅଛି ।

Related posts

ଦେଶରେ ୨୪ ଘଣ୍ଟାରେ ୪୭ କରୋନା ମୃତ୍ୟୁ

mahabharatanews

ବିହାର: ମୁଖ୍ୟମନ୍ତ୍ରୀ ଆଶାୟୀ ଜେଡିୟୁ ନେତାଙ୍କ ଲଣ୍ଡନ ଫେରନ୍ତା ଝିଅ

mahabharatanews

ଆଜି ଭାରତରେ ପହଞ୍ଚିବ ୫ ରାଫେଲ ଯୁଦ୍ଧ ବିମାନ

mahabharatanews