ଓଡିଶା

ଅଟୋ-ଟ୍ରାକ୍ଟର ଧକ୍କାରେ ଛାତ୍ର ମୃତ, ୯ ଆହତ

(ମହାଭାରତ, ମୋହନା): ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ରଣାଲଇ ନିକଟସ୍ଥ ରାମଚନ୍ଦ୍ରପୁର ନିକଟସ୍ଥ ରାସ୍ତାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଅଟୋକୁ ଗୋଟିଏ ଟ୍ରାକ୍ଟର ପିଟି ଦେବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ମୃତ ଛାତ୍ରଙ୍କ ଘର ରଣାଲଇ ଗାଁରେ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଶନିବାର ସକାଳେ ଏହି ଗାଁରୁ ଏକ ଅଟୋ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ତଲଡା ସ୍ଥିତ ଏକ ଘରୋଇ ସ୍କୁଲକୁ ଆସୁଥିଲା । ଏହି ସମୟରେ ରାମଚନ୍ଦ୍ରପୁର ନିକଟ ରାସ୍ତାରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରାକ୍ଟର ଅଟୋଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Related posts

ରାଜ୍ୟରେ ଆଉ ୩ କରେ।ନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟ ୧୭୩

mahabharatanews

ପୁରୀ ଜିଲ୍ଲାରେ ୩୦ କଣ୍ଟେନମେଣ୍ଟ ଜୋନ: ଜିଲ୍ଲାପାଳ

mahabharatanews

ରାମିଆଳ ନଦୀରେ ଭାସିଗଲେ ବୃଦ୍ଧା ମହିଳା

mahabharatanews