ଓଡିଶା

ଶିକ୍ଷକଙ୍କ ବଦଳି ପ୍ରତିବାଦ କରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଧାରଣା

(ମହାଭାରତ, ଭଦ୍ରକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥ ପ୍ରସାଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବଦଳିକୁ ପ୍ରତିବାଦ କରି ସ୍କୁଲର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି । ଯେପର୍ଯ୍ୟନ୍ତ ଶିକ୍ଷକଙ୍କ ବଦଳିକୁ ପ୍ରତ୍ୟାହାର ନ କରାଯାଇଛି, ସେ ପର୍ଯ୍ୟନ୍ତ କ୍ଲାସରେ ବସିବୁନି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ବଦଳି କରାଯାଉଥିବା ଶିକ୍ଷକ ଜଣକଙ୍କ ନାଁ ପ୍ରତାପ ମହାଳିକ ବୋଲି ଜଣାଯାଇଛି । ସେ ସ୍ନେହୀ ଓ ମେଳାପି ଅଟନ୍ତି । ଏଭଳି ଶିକ୍ଷକଙ୍କୁ ହାତଛଡା କରିବା ଉଚିତ ନୁହେଁ । ଯଦି ସେ ରହିବେ ନାହିଁ ତେବେ ସ୍କୁଲକୁ ସୋମବାର ଠାରୁ ଆସିବୁ ନାହିଁ ବୋଲି ଧାରଣାରତ ଛାତ୍ରଛାତ୍ରୀମାନେ କହିଛନ୍ତି । ଅନ୍ୟପଟେ, ବିଦ୍ୟାଳଳୟରେ ଶିକ୍ଷକଙ୍କ ଅଭାବ ଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀ କେଉଁ ପରିସ୍ଥିତିରେ ଶିକ୍ଷକଙ୍କ ବଦଳି କଲେ ବୋଲି ଅଭିଭାବକ ଓ ସ୍କୁଲ କମିଟି ପ୍ରଶ୍ନ କରିଛି ।

Related posts

କୁମ୍ଭୀର ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

mahabharatanews

ବନ୍ଦ ଘରେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଲେ ଦୁର୍ବୁତ୍ତ

mahabharatanews

ବର୍ଷା ସହ ବଜ୍ରପାତ ସମ୍ଭାବନା; ୧୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

mahabharatanews