ଓଡିଶା

ଦ୍ରୁତଗତିରେ ବାଇକ୍ ଚଳାଇ ଯୁବକ ମୃତ

(ମହାଭାରତ, କରଞ୍ଜିଆ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ତାଟ ବିଉଁରିଆ ମନ୍ଦିର ନିକଟରେ ଏକ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଜଣେ ବାଇକ୍ ଚାଳକ ଖୁଣ୍ଟରେ ପିଟି ହୋଇ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ଗତ ରବିବାର ସକାଳେ ସତ୍ୟବାନ ତାଟ ତଳ ଛକରୁ ଜଳଖିଆ ନେଇ ଦ୍ରୂତଗତିରେ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ତାଙ୍କ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଇଛି ।

Related posts

ଏଣିକି ଶିମିଳିପାଳରେ ହେବ କଳା ବାଘ ସଫାରୀ

mahabharatanews

ପୁଣି ହିଂଜିଳିରେ ହୋଇଛି କଡା କଡ଼ି ଯାଞ୍ଚ

mahabharatanews

ମହାଶିବରାତ୍ରୀ: ଝିଙ୍କେଶ୍ୱର ପୀଠରେ ଭକ୍ତଙ୍କ ଭିଡ

mahabharatanews