ଓଡିଶାପାଣିପାଗ

ବଦଳିଲା ବାତ୍ୟା ଅକ୍ୱାନର ଗତିପଥ, ନରସାପୁରରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା!

ବାତ୍ୟା ଅକ୍ୱାନକୁ ନେଇ ବଢ଼ିଲା ଚିନ୍ତା। ବଦଳିଛି ବାତ୍ୟାର ଗତିପଥ। ନୂଆ ଆକଳନ ଅନୁଯାୟୀ, ନରସାପୁରରୁ ପୁରୀ ମଧ୍ୟରେ ବାତ୍ୟାର ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ୍‌ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ମିଳିଥିବା ଉଲ୍ଲେଖ କରାଯାଇଛି। ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ, ୟାନମ୍‌ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପ୍ରଭାବିତ ହେବା ଆଶଙ୍କା ରହିଛି।

ସୂଚନା ଅନୁଯାୟୀ, ବାତ୍ୟା ଅକ୍ୱାନ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ବର୍ତ୍ତମାନ ଏହା ଗୋପାଳପୁରଠାରୁ ୭୧୦ କିଲୋମିଟର, ପୁରୀଠାରୁ ୭୭୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ୫୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଧୀରେ ଧୀରେ ଏହା ଉପକୂଳ ଆଡ଼କୁ ଅଗ୍ରସର ହେଉଥିବାରୁ ଆଗାମୀ ସମୟରେ ପାଣିପାଗ ସ୍ଥିତି ଉପରେ ନଜର ରହିଛି।

ଅନ୍ୟପଟେ ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ଆକଳନ କରାଯାଇଛି। ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଜରୁରୀ ହୋଇପଡ଼ିଛି। ବାତ୍ୟାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ ପ୍ରଭାବକୁ ନେଇ ପାଣିପାଗ ବିଭାଗର ପରବର୍ତ୍ତୀ ଅପଡେଟ୍‌ ଉପରେ ସମସ୍ତଙ୍କ ନଜର।

Related posts

ଫ୍ରି ଫାୟାର ହେଲା କାଳ

mahabharatanews

ସ୍ମୃତି ଚାରଣ ସମାରୋହ

mahabharatanews

ଆଜି ମହାବିଷୁବ ସଂକ୍ରାନ୍ତି 

mahabharatanews