ଓଡିଶା

ଦୁଇ ହାଇୱା ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର

(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରୁ ୯ କିମି ଦୂରରେ ଡୁମୁରିପଦର ପୋଲ ନିକଟରେ ଦୁଇଟି ହାଇୱା ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଗୋଟିଏ ହାଇୱାର ଚାଳକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ କୋରାପୁଟ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଛି । ସୂଚନାଯୋଗ୍ୟ, ସୋମବାର ଭୋର କୋଡିଙ୍ଗାମାଳିରୁ ବକ୍ସାଇଟ ନେଇ କାକିରିଗୁମ୍ମା ଡମ୍ପିଂ ୟାର୍ଡରୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏଠାକୁ ବକ୍ସାଇଟ ନେଇ ଯାଉଥିବା ଅନ୍ୟ ଏକ ହାଇୱା ପୋଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ହାଇୱାଟି ପୋଲର ବାଡ ଭାଙ୍ଗି ନଦୀକୁ ଖସି ପଡିଥିଲା । ତେବେ ଏହାର ଚାଳକ ଓ ହେଲପର ଫେରାର ହୋଇଯାଇଛନ୍ତି । ହାଇୱା ଚାଳକମାନେ ବେପରୁଆ ଓ ମଦ୍ୟପାନ କରି ଗାଡି ଚଳାଉଥିବାରୁ ନିୟନ୍ତ୍ରଣ ହରାଇ ଏଭଳି ଦୁର୍ଘଟଣା ଘଟାଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Related posts

ଶ୍ରୀବିହାରର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ସିଲ କଲା ପ୍ରଶାସନ

mahabharatanews

ଗୃହରକ୍ଷୀଙ୍କ ପାଇଁ ଖୁସି ଖବର, ବଢିଲା ଡ୍ୟୁଟି ଭତ୍ତା

mahabharatanews

ସଂଗରୋଧ କେନ୍ଦ୍ର ରେ ଏସ.ଏଚ.ଜି ଗ୍ରୁପ ଯୋଗାଉଛି ସୁସ୍ଵାଦୁ ମିଠା

mahabharatanews