ଓଡିଶା

ଦୁଇ ହାଇୱା ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର

(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରୁ ୯ କିମି ଦୂରରେ ଡୁମୁରିପଦର ପୋଲ ନିକଟରେ ଦୁଇଟି ହାଇୱା ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଗୋଟିଏ ହାଇୱାର ଚାଳକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ କୋରାପୁଟ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଛି । ସୂଚନାଯୋଗ୍ୟ, ସୋମବାର ଭୋର କୋଡିଙ୍ଗାମାଳିରୁ ବକ୍ସାଇଟ ନେଇ କାକିରିଗୁମ୍ମା ଡମ୍ପିଂ ୟାର୍ଡରୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏଠାକୁ ବକ୍ସାଇଟ ନେଇ ଯାଉଥିବା ଅନ୍ୟ ଏକ ହାଇୱା ପୋଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ହାଇୱାଟି ପୋଲର ବାଡ ଭାଙ୍ଗି ନଦୀକୁ ଖସି ପଡିଥିଲା । ତେବେ ଏହାର ଚାଳକ ଓ ହେଲପର ଫେରାର ହୋଇଯାଇଛନ୍ତି । ହାଇୱା ଚାଳକମାନେ ବେପରୁଆ ଓ ମଦ୍ୟପାନ କରି ଗାଡି ଚଳାଉଥିବାରୁ ନିୟନ୍ତ୍ରଣ ହରାଇ ଏଭଳି ଦୁର୍ଘଟଣା ଘଟାଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Related posts

ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ 

mahabharatanews

ଖାଲି ହୋଇଗଲା ମାଆର କୋଳ । କୂଅରେ ପଡି ଚାଲିଗଲା ଝିଅ ଜୀବନ

mahabharatanews

ମା’ ଦଣ୍ଡକାଳୀଙ୍କ ପ୍ରତିକାତ୍ମକ ଦଣ୍ଡଯାତ୍ରା ଆରମ୍ଭ

mahabharatanews