ଓଡିଶା

ମା’ ପାଟଣେଶ୍ୱରୀ ଆଞ୍ଚଳିକ କମିଟି ପକ୍ଷରୁ ନୂଆଁଖାଇ ଭେଟଘାଟ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରାମଚନ୍ଦ୍ରନଗର ଠାରେ ମା’ ପାଟଣେଶ୍ୱରୀ ଆଞ୍ଚଳିକ କମିଟି ପକ୍ଷରୁ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଭେଟଘାଟ କାର୍ଯ୍ୟକ୍ରମରେ ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡ଼ିଆ, ଯୁବ ବିଜେଡି ନେତା ତଥା ନବଦାସ ଫାଉଣ୍ଡେସନର ମୁଖ୍ୟ ବିଶାଳ ଦାସ, ସମ୍ବଲପୁର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ସିଦ୍ଧାର୍ଥ ଦାସ ଏବଂ ବିଜେଡି ନେତା ଦେବେନ୍ଦ୍ର କିଶୋର ପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟଗୀତରେ ଦୁଲୁକି ଉଠିଥିଲା ଭେଟଘାଟର ମଞ୍ଚ।

ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନୂଆଁଖାଇର ଭାଇଚାରା ଓ ଏକତାର ବାର୍ତ୍ତା ବାଣ୍ଟିଥିଲେ। ଏହି ଅବସରରେ ନବଦାସ ଫାଉଣ୍ଡେସନର ମୁଖ୍ୟ ବିଶାଳ ଦାସ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ ସହ ଆମ୍ବୁଲାନ୍ସ ଏବଂ ଶବବାହକ ଗାଡ଼ି ଯୋଗାଇଦେବା ନେଇ ମଞ୍ଚରୁ ଘୋଷଣା କରିଥିଲେ। ସେହିପରି ପାଟଣେଶ୍ୱରୀ ଆଞ୍ଚଳିକ କମିଟି ସହ ମିଶି ନବଦାସ ଫାଉଣ୍ଡେସନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ଜନହିତକାରୀ କାର୍ଯ୍ୟ କରାଯିବ ବୋଲି ବିଶାଳ ଦାସ କହିଥିଲେ।

Related posts

ଅଫିମ ଚାଷର ପେଣ୍ଠସ୍ଥଳୀ ପାଲଟିଛି କୋଇଡା ଅଞ୍ଚଳ

mahabharatanews

ଜଳେଶ୍ୱର ଡ଼ାକବଙ୍ଗଳା ପରିସରରେ ମହିଳା ସୁଇପରଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

କୁଜଙ୍ଗକୁ ଏନ୍ଏସିର ମାନ୍ୟତା ନମିଳିଲେ ପ୍ରଶାସନକୁ ଅଚଳ କରାଯିବ, ଦରକାର ପଡିଲେ ତହସିଲ ଘେରାଉ ହେବ

mahabharatanews