Uncategorized

ଦିଲ୍ଲୀରେ ଇଣ୍ଟରନେଟ ସେବା ବନ୍ଦ

(ନୂଆଦିଲ୍ଲୀ): ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଉଗ୍ର ରୂପ ନେଇଥିବା ବେଳେ ଏହାର ପ୍ରତିଷେଧ ପଦକ୍ଷେପ ସ୍ୱରୂପ କେତେକ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ସକାଳ ୯ଟାରୁ ଦିନ ୧ଟା ଯାଏଁ ସହରର କେତେକ ଅଞ୍ଚଳରେ ଯୋଗାଯୋଗ ସେବା ବନ୍ଦ ରଖିବାକୁ ଏୟାରଟେଲ, ଭୋଡାଫୋନ ଆଇଡିଆ, ରିଲାଏନ୍ସ ଜିଓ, ଏମଟିଏନଏଲ/ବିଏସଏନଏଲ ପ୍ରଭୃତି ଟେଲିକମ୍ ଅପରେଟରମାନଙ୍କୁ ଦିଲ୍ଲୀ ପୋଲିସ ନିର୍ଦ୍ଦେଶ ଦେଇଛି ।

ଗୁରୁବାର ଦିଲ୍ଲୀର ଏୟାରଟେଲ ଉପଭୋକ୍ତାମାନେ ଇଣ୍ଟରନେଟ୍ ବ୍ୟବହାର କରି ପାରିନଥିଲେ । ଏ ସଂକ୍ରାନ୍ତରେ କମ୍ପାନୀ ନିକଟରେ ଆପତ୍ତି କରିବାରୁ ପ୍ରକୃତ କଥା ସାମ୍ନାକୁ ଆସିଥିଲା । ଦିଲ୍ଲୀର କେତେକ ଅଞ୍ଚଳରେ ଭଏସ, ଏସଏମଏସ ଏବଂ ଡାଟା ବନ୍ଦ ରଖିବାକୁ ସରକାରୀ କର୍ତ୍ତୃପକ୍ଷଙ୍କ ଠାରୁ ନିର୍ଦ୍ଦେଶ ମିଳିଥିବା ମୋବାଇ ଅପରେଟରମାନେ ସୂଚନା ଦେଇଛନ୍ତି । ୱାର୍ଲଡ ସିଟି, ମଣ୍ଡି ହାଉସ, ସିଲମପୁର, ଜଫରବାଦ, ସୁସ୍ତଫାବାଦ, ଜାମିଆ ନଗର, ସାଇନବାଗ ଓ ବାୱନା ଆଦି ଅଞ୍ଚଳରେ ମୋବାଇଲ ସେବା ରଦ୍ଧ କରାଯାଇଛି ବୋଲି ଜଣେ ଶୀର୍ଷସ୍ତରୀୟ ଟେଲିକମ୍ ଅପରେଟର ସୂଚନା ଦେଇଛନ୍ତି ।

Related posts

ବୀର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

mahabharatanews

ପୂର୍ବତନ ସ୍ଥଳସେନା କମାଣ୍ଡର ହୁନଙ୍କ ବିୟୋଗରେ ମୋଦିଙ୍କ ଶୋକ

mahabharatanews

୨୪ ଘଣ୍ଟାରେ ଭାରତରେ ୫୩ ହଜାର ୬୦୧ ନୂଆ କରୋନା ଆକ୍ରାନ୍ତ

mahabharatanews