ଅପରାଧ

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

(ମହାଭାରତ, ସୋନପୁର): ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୁକିଆ ଗାଁରେ ଯୌତୁକ ପାଇଁ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ପ୍ରିୟବ୍ରତୀ ମହାଳିକ ବୋଲି ଜଣାଯାଇଛି । ସୋମବାର ସକାଳେ ଘର ପାଇଖାନା ଭିତରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପୋଲିସ ଶବକୁ ଜବତ କରିବା ପରେ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପକ୍ଷେ, ମୃତ ମହିଳାଙ୍କ ବାପା ତାଙ୍କ ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସେ ଅଭିଯୋଗରେ ଉଲୁଣ୍ଡା ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ, ୪ ବର୍ଷ ତଳେ ବୀରମହାରାଜପୁର ବ୍ଲକ ଟେଭାପଦର ଗାଁର ବନମାଳି ମହାଳିକଙ୍କ ଝିଅ ପ୍ରିୟବ୍ରତି କୁକୁଆ ଗାଁର ବାବୁଲାଙ୍କୁ ବିବାହ କରିଥିଲେ ।

Related posts

ଗୁପ୍ତେଶ୍ୱର ରାସ୍ତାରେ ୨ କୁଇଣ୍ଟାଲ ଗଞ୍ଜେଇ ସହ ୨ ଗିରଫ

mahabharatanews

ପ୍ରିନ୍ସପାଲଙ୍କ ପିଲାଚୋରୀ

mahabharatanews

ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଲେ ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀ

mahabharatanews