ଅପରାଧ

ବାଘ ଛାଲ ବିକ୍ରି ବେଳେ ଏସଟିଏଫ ହାତରେ ଅଭିଯୁକ୍ତ

ଭୁବନେଶ୍ୱର: ବିଶେଷ ସୂତ୍ରରୁ ସୂଚନା ପାଇ ଏସଟିଏଫ ପକ୍ଷରୁ ନୟାଗଡ ଜିଲ୍ଲା ରଣପୁର ଥାନା ଅଧୀନ ସାନ ମଣିନାଗ ଜଙ୍ଗଲରେ ଚଢାଉ କରାଯାଇ ଚିତାବାଘ ଛାଲ ଓ ଜୀବଙ୍କ ହାଡ ଜବତ କରାଯାଇଛି । ଗତକାଲି ସାନ ମଣିଜଙ୍ଗା ଜଙ୍ଗଲରେ ଚିତାବାଘ ଛାଲ ଓ ବାଘ ହାଡ ବିକ୍ରି ହେଉଥିବା ନେଇ ଏକ ସୂଚନା ଏସଟିଏଫକୁ ମିଳିଥିଲା । ଏହାପରେ ଏସଟିଏଫ ଚଢାଉ କରି ଜଣେ ବ୍ୟକ୍ତି ବାଘ ଛାଲ ଓ ପଶୁଙ୍କ ହାଡ ବିକ୍ରି କରୁଥିବା ବେଳେ ସେସବୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତ ହେଲା ନୟାଗଡ ଜିଲ୍ଲା ଚାନ୍ଦିପୁର ଥାନା ଅଧୀନ ଜାମୁଗଣ୍ଡା ଗ୍ରାମର ଲକ୍ଷ୍ମୀଧର ନାୟକ(୩୬) । ତାଠାରୁ ଏସଟିଏଫ ଦୁଇଟି ଚିତା ବାଘର ଛାଲ ଓ ଜୀବଜନ୍ତୁଙ୍କ ହାଡ ଜବତ କରିଛି । ତାକୁ ଆଜି କୋର୍ଟ ଫୱର୍ାଡ କରାଯାଇଛି । ସେସବୁ ଜବତ ଛାଲ ଓ ହାଡକୁ ୱାଇଲ୍ଡ ଲାଇଫ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଡେରାଡୁନକୁ ପରୀକ୍ଷା ପାଇଁ ପଠାଯିବ । ଏହି ମାମଲାରେ ତଦନ୍ତ ଜାରି ରହିଛି । ଏହି କାର୍ଯ୍ୟରେ ଆଉ ଅନେକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ।

Related posts

ରମାଦେବୀ ଛାତ୍ରୀଙ୍କ ମୃତଦେହ ଯାଜପୁରରୁ ଉଦ୍ଧାର

mahabharatanews

ଡୋପିଂ ଟେଷ୍ଟରେ ବିଫଳ ପାଇଁ ଏସୀୟ କ୍ରୀଡା ୨୦୧୪ ପଦକ ବିଜୟୀ ହାମର ଫିଙ୍ଗାଳୀ ମଞ୍ଜୁ ବାଲା ନିଲମ୍ବିତ

mahabharatanews

ଶସ୍ତାରୁ ହୀନସ୍ତା: ନକଲି ସୁନା ବିକି ୩ ଠକ ଗିରଫ

mahabharatanews