ଓଡିଶା

ଭାଲୁ ଆକ୍ରମଣରେ ଜଣେ ଗୁରୁତର

(ମହାଭାରତ, ପାଟଣା): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତଣ୍ଡ ଗାଁରେ ରବିବାର ଅପରାହ୍ନରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବ୍ୟକ୍ତି ଜଣକ ସେହି ଗାଁର ବାସିନ୍ଦା ବୋଲି ଜଣାପଡିଛି । ସେ ଅପରାହ୍ନରେ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ହାବୁଡରେ ପଡି ଯାଇଥିଲେ । ଫଳରେ ଭାଲୁ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ମୁହଁ ଓ ଜଙ୍ଘ ଖଣ୍ଡିଆ କରି ପକାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ବନ ବିଭାଗ ସହାୟତାରେ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟରେ ଭତ୍ତି କରିଥିଲେ । କିନ୍ତୁ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Related posts

୪୮ ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା

mahabharatanews

ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ: ଡିଏମଇଟି

mahabharatanews

ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀଙ୍କ ୮୧ବର୍ଷରେ ପରଲୋକ

mahabharatanews