ଗଙ୍ଗା ନଦୀ ଉପରେ ନିର୍ମାଣ ହେଲା ଆଉ ଏକ ନୂଆ ଯୋଗାଯୋଗର ମାଧ୍ୟମ। ବିହାରବାସୀଙ୍କ ପାଇଁ ଖୋଲିଲା ବିକାଶର ନୂଆ ରାସ୍ତା। ବହୁ ପ୍ରତୀକ୍ଷିତ ନୀତୀଶ ସେତୁକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିହାରର ବୈଶାଳୀ ଜିଲ୍ଲାରେ ଏହି ଉଦଘାଟନୀ କାର୍ଯ୍ୟକ୍ରମ ହୋଇଛି। ପ୍ରାୟ ୪ ହଜାର ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୬ ଲେନ୍ ବିଶିଷ୍ଟ ସେତୁର ଲମ୍ବ ପ୍ରାୟ ୧୯.୭ କିଲୋମିଟର। ଏହା ପାଟନା ଜିଲ୍ଲାର କଚ୍ଚି ଦରଗାହକୁ ବୈଶାଳୀ ଜିଲ୍ଲାର ବିଦୁପୁର ସହ ଯୋଡ଼ିଛି।

ଏହି ସେତୁର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉତ୍ତର ଓ ଦକ୍ଷିଣ ବିହାର ମଧ୍ୟରେ ଯାତାୟାତକୁ ସହଜ କରିବା। ଏହା ଦ୍ୱାରା ମହାତ୍ମା ଗାନ୍ଧୀ ସେତୁ ଓ ଜେପି ସେତୁ ଉପରେ ଟ୍ରାଫିକ୍ ଚାପ ମଧ୍ୟ କମିବ। କେବଳ ସେତୁ ଉଦଘାଟନ ନୁହେଁ, ବିହାରରେ ପ୍ରାୟ ୩୪ ହଜାର ୪୭୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି ମୋଦି। ତେବେ ଏହି ପ୍ରକଳ୍ପ ବିହାରର ଅର୍ଥନୀତି ଓ ଯୋଗାଯୋଗ ବ୍ୟବସ୍ଥାକୁ କେତେ ମଜବୁତ କରିବ, ତାହା ଆଗାମୀ ଦିନରେ ଜଣାପଡ଼ିବ।
