ଓଡିଶା

ଓଏଲଏମ ମଞ୍ଚ ପକ୍ଷରୁ ସାତଶଙ୍ଖ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫେଇ

ଗୋପ: ପୁରୀ ଜିଲ୍ଲା ପିପିଲି ବ୍ଳକର ଜସୁଆପୁର ଗ୍ରାମ ପଞ୍ଚାୟତର ସୁବଳପୁର ଓଏଲଏମ ମଞ୍ଚ ପକ୍ଷରୁ ସାତଶଙ୍ଖ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫେଇ କରାଯାଇଛି । ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସୁବଳପୁର ଓଏଲଏମ ସଦସ୍ୟାମାନେ ସାମିଲ ହୋଇଛନ୍ତି । ସୁବଳପୁରର ମାଷ୍ଟର ବୁକ କିପର ମମତା ବରାଳଙ୍କ ନେତୃତ୍ୱରେ ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି । ଜସୁଆପୁର ଗ୍ରାମ ପଞ୍ଚାୟତର ସଭାନେତ୍ରୀ ଲିପିକା ମହାପାତ୍ର, ସମ୍ପାଦିକା ରଂଜିତା ମହାନ୍ତିଙ୍କ ତତ୍ୱବଧାନରେ ଓ ସରସ୍ୱତୀପୁର ଏମବିକେ ଓ ସିଆରପିର ସମସ୍ତ ସଦସ୍ୟାମାନେ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଗଣେଶ ସ୍ୱାଇଁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିବା ସହ ଘର ଠାରୁ ଗ୍ରାମ ଓ ସହର କିପିର ସ୍ୱଚ୍ଛତା ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ମତ ପ୍ରକାଶ କରିଥିଲେ ।

Related posts

“ଜନଧନ ଓ ଉଜ୍ଜ୍ୱଳା” କୋରନା ପାଇଁ ଏକ ମାଧ୍ୟମ ହୋଇପାରେ

mahabharatanews

୩ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ରାଜ୍ୟରେ ୫୦୦ ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

mahabharatanews

Leave a Comment