ଓଡିଶା

କୃଷ୍ଣ ଓ ବଳରାମ ଅବତାର ହୋଇଛନ୍ତି ଠାକୁର, ଦର୍ଶନ କଲେ ଭକ୍ତ…

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ଗୁଣ୍ଡିଚାବାଡ଼ି ଠାରେ ରଥଯାତ୍ରାର  ସପ୍ତମ ଦିନରେ  ଠାକୁର କୃଷ୍ଣ   ବଳରାମ ଅବତାର ହୋଇଛନ୍ତି ଓ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି।ଅନୁକୂଳ ପାଗ ଯୋଗୁଁ ଭକ୍ତ ମାନେ ବେଶ ଖୁସିରେ ଠାକୁରଙ୍କୁ  ଦର୍ଶନ କରିବା ସହ ଠାକୁରଙ୍କ ଆଶିଷ ନେଇଛନ୍ତି। ଆଖପାଖ ଗ୍ରାମ, ପୁରପଲ୍ଲୀରୁ ବହୁତ ଭକ୍ତଙ୍କ ସମାଗମ  ହୋଇଛି।ଏହି ଦଶ ଦିନ ଠାକୁରଙ୍କୁ ଦର୍ଶନ କଲେ ସକଳ ପାପ ନଷ୍ଟ ହୋଇ ପୁଣ୍ୟ ମିଳେ ଓ ପୁନର୍ଜନ୍ମ ହୁଏ ନାହିଁ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି।ତେଣୁ ଠାକୁରଙ୍କ ଦଶ ଅବତାର ଦର୍ଶନ କରିବା ସକାଶେ ଭକ୍ତ ମାନେ ଆସୁଛନ୍ତି।ତା ସହ ପଡୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଭକ୍ତଙ୍କ ସମାଗମ ହୋଇ ଥିବାର ଦେଖା ଦେଇଛି।ଭକ୍ତ ମାନେ ନଡିଆ କଦଳୀ ଫଳ ପଦ୍ମ ଫୁଲ ତୁଳସୀମାଳ ପ୍ରଭୃତି ପୂଜା ସାମଗ୍ରୀ ଆଣି  ଠାକୁରଙ୍କ ପୂଜାର୍ଚ୍ଚନା କରି  ଦର୍ଶନ କରିଛନ୍ତି ଓ ମହା ପ୍ରଭୁଙ୍କ ଆଶୀର୍ବାଦ ନେଇଥାନ୍ତି।ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟୁଛି। ରଥଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପରିଚାଳନା ସକାଶେ  ପଦକ୍ଷେପ ନିଆଯାଇଛି।ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ମୃତୟନ କରାଯାଇଛି ଗୁଣ୍ଡିଚା ବାଡି ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Related posts

ଉତ୍କଳ ଆଲୁମିନା କମ୍ପାନୀ ବିରୁଦ୍ଧରେ ଧାରଣା

mahabharatanews

ଆସନ୍ତାକାଲି ଗଡିବ ବସ, ବନ୍ଦ ହେବନି ସେବା 

mahabharatanews

ବଜୁରୀ ଅନଲୋଡ କଲାବେଳେ ଜଳିଗଲା ଟିପର

mahabharatanews