ଓଡିଶା

ଅଦ୍ୱୈତ ପ୍ରସାଦ ସିଂହ ସ୍ମୃତି ପରିଷଦ ଏବଂ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ରକ୍ତଦାନ ଶିବିର

ବଅଁରପାଳ +୩ କଲେଜ ପରିସରରେ ଅନୁଗୋଳ ଜିଲ୍ଲାର ପ୍ରତିଷ୍ଠାତା, ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବରପୁତ୍ର, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଅଷ୍ଟାଦଶତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଅରୁଣାଭ ସିଂହଙ୍କ ନେତୃତ୍ୱରେଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଛି। ପୂର୍ବତନ ବିଧାୟକ ତଥା ପୂର୍ବତନ ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ବଅଁରପାଳ ବ୍ଲକ ଅଧକ୍ଷ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ, ରାଜ୍ୟ ବିଜେଡ଼ି ପରିଷଦ ସଭ୍ୟ ମହେନ୍ଦ୍ର ବସ୍ତିଆ, ଜିଲ୍ଲା ବିଜେଡ଼ି ସମ୍ପାଦକ ସୁବାଷ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ବିଜେଡ଼ି ସମ୍ପାଦକ ଉଛବ ଦେହୁରୀ, ବଅଁରପାଳ ଥାନା ଭାରପ୍ରାପ୍ତ ଅଧିକାରୀ ଦୁଷ୍ମନ୍ତ ସିଂହ, ବଅଁରପାଳ +୩ କଲେଜ ଅଧକ୍ଷ ପଦ୍ମଲୋଚନ ସାହୁ, ଅନୁଗୋଳ ବ୍ଲକ ବିଜେଡି ସଭାପତି ତଥା ସରପଞ୍ଚ କୁମୁରିସିଂହା ଦୁର୍ଯ୍ୟୋଧନ ସାହୁ, ସରପଞ୍ଚ ଗୋତମରା ମଣ୍ଟୁ ବରାହ, ପୂର୍ବତନ ଛାତ୍ର ବିଜେଡ଼ି ସଭାପତି ରାଜୀବ ଲୋଚନ ଦାସ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ଜିତ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ବଅଁରପାଳ ବ୍ଲକର ଯୁବ ଓ ଛାତ୍ର ବିଜେଡ଼ି ସଦସ୍ୟ ଗଣ ଶିବିର ପରିଚାଳନା କରିଥିଲେ। ରକ୍ତଦାନ ଶିବିରରେ ୧୨୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

Related posts

ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ, ଆସନ୍ତାକାଲିଠୁ ପ୍ରବଳ ବର୍ଷା  

mahabharatanews

ଗାଁରେ ମାତିଛି ଜଙ୍ଗଲି ଭାଲୁ, ଲୋକେ ଆତଙ୍କିତ

mahabharatanews

୫୮ଜଣ ଶ୍ରମିକଙ୍କୁ ସୀମାନ୍ତ ମୋଟୁ ଠାରେ ଡାକ୍ତରୀ ପରୀକ୍ଷା ପରେ କ୍ୱାରେଟାଂଇନ ଗୃହକୁ ପଠାଗଲା

mahabharatanews