ହିଂଜିଳି: ଗଂଜାମ କବିସୂର୍ଯ୍ୟନଗର ଥାନା ଏ ବରିଡା ଗାଁ ରେ ତେଜିଲା ମଦ ବିରୋଧୀ ଅ ।ନ୍ଦୋଳନ । ଶହ ଶହ ମହିଳା ଏକତ୍ରୀତ ହୋଇ ବିଦେଶୀ ମଦ ଦୋକାନ ଭାଙ୍ଗିବା ସହ ନିଅ ।ଁ ଲଗାଇ ଦେଇଥିଲେ । ବହୁ ବର୍ଷ ଧରି ·ଲିଥିଲା ଏହି ବିଦେଶୀ ମଦ ଦୋକାନ ।
ଗଂଜାମ ଜିଲ୍ଲା ବାଲିଛାଇ ଫାଣ୍ଡି ତଥା କବିସୂର୍ଯ୍ୟନଗର ଥାନା ଏ.ନରିଡା ଗାଁର ମୁଖ୍ୟ ସଡକ ଉପରେ ଅନେକ ବର୍ଷ ଧରି ରହିଥିଲା ବିଦେଶୀ ମଦ ଦୋକାନ । ସକାଳୁ ସଂଧ୍ୟା, ସଂଧ୍ୟାରୁ ରାତି ସବୁ ସମୟରେ ଏହି ଦୋକାନ ନିକଟରେ ମଦ୍ୟପଙ୍କ ଭିଡ ଜମୁଥିଲା । ଗରିବ ଖଟିଖିଆ ଯାହା ରୋଜଗାର କରୁଥିଲେ ତାହାକୁ ମଦରେ ଖର୍ଚ୍ଚ କରି ଦେଉଥିଲେ । ସେହି ରାସ୍ତା ଦେଇ ଛୋଟ ପିଲା, ଝିଅ ପିଲା ଓ ମହିଳାଙ୍କ ଯାତାୟାତ ଅସମ୍ଭବ ହୋଇ ପଡୁଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ଶେଷରେ ଅତିଷ୍ଠ ଲୋକେ ଗାଁର ଶହ ଶହ ମହିଳା ପୁରୁଷ ମେଳି ବାନ୍ଧି ଆନ୍ଦୋଳନ କରିବା ସହ ବିଦେଶୀ ମଦ ଦୋକାନରେ ନିଆଁ ଲଗାଇ ଦେଇଥିଲେ । ଏମିତି କି ପୁଣି ଯଦି ଗାଁରେ ମଦ ବିକ୍ରି କରାଯାଏ ତେବେ ପୁଣି ମଦ ବନ୍ଦ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ଗାଁ ଲୋକେ । ସେପଟେ କବିସୂର୍ଯ୍ୟନଗର ଓ ବାଲିଛାଇ ପୁଲିସ ପହଁଚି ଲୋକଙ୍କୁ ବୁଝାସୁଝା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ ।
