ଓଡିଶା

ଘରୁ ବିରାଟ ନାଗ ସାପ ଉଦ୍ଧାର

ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ଅନ୍ତର୍ଗତ କୁଞ୍ଜୁର ଗ୍ରାମର ଗୋବିନ୍ଦ ମହାରଣାଙ୍କ ଛାତଘରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି ।

ଶ୍ରୀ ମହାରଣାଙ୍କ ଶୋଇବା ଘର ମଧ୍ୟକୁ ସାପଟି ପଶି ଯାଇଥିଲା । ସାପଟିକୁ ଦେଖି ପରିବାର ଲୋକଙ୍କ ମଧ୍ୟରେ ଭୟର ସଂଚାର ହୋଇଥିଲା । ସାପଟି ବାହାର କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା । ତେଣୁ ଶେଷରେ ଥେଣ୍ଟଣା ଗ୍ରାମର ନାମକରା ସାପ ଧରାଳି ସନ୍ତୋଷ ନାୟକଙ୍କୁ ଡକାଯାଇଥିଲା । ସେ ଖବର ପାଇ ଶ୍ରୀ ମହାରଣାଙ୍କ ଘରେ ପହଞ୍ôଚ ୫ଫୁଟ ଲମ୍ବାର ଏକ ନାଗ ସାପ ଧରିଥିଲେ । ସାପକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ ଦେଖିବାକୁ ମଳିଥିଲା । ପରେ ସାପଟିକୁ ପାଖ ଜଙ୍ଗଲରେ ଛାଡି ଦିଆଯାଇଥିଲା ।

Related posts

ଆସନ୍ତା ୨୪ ଘଣ୍ଟାରେ ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

mahabharatanews

ନାବାଳିକାକୁ କଚାଡି ମାରିଲା ହାତୀ

mahabharatanews