Uncategorized

କାଜାକସ୍ତାନରେ ବିମାନ ଦୁର୍ଘଟଣା, ୧୪ ଯାତ୍ରୀଙ୍କ ମୃତ୍ୟୁ

(ନୂର-ସୁଲତାନ): ଶୁକ୍ରବାର ୧୦୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା କାଜାକସ୍ତାନର ଏକ ବିମାନ ଅଲମାଟି ବିମାନ ବନ୍ଦର ନିକଟରେ ତଳକୁ ଖସି ପଡ଼ି ଦୁର୍ଘଟଣା ଗସ୍ତ ହୋଇଛି । ସ୍ଥାନୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ,ସକାଳ ୭ଟା ୨୨ ସମୟରେ ଅଲ୍ମାଟି ଆନ୍ତର୍ଜାତିକ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ସମୟରେ ବେକ ଏୟାରର ବିମାନଟି ତଳକୁ ଖସି ଗୋଟାଏ ଦୁଇ ତାଲା କୋଠା ଉପରେ ପଡ଼ିଯାଇଥିଲା । ପାଞ୍ଚ ଜଣ କ୍ରୁ ମେମ୍ବରଙ୍କ ସହ ବିମାନରେ ୯୫ଜଣ ଯାତ୍ରୀ ଥିଲେ ।

ଦୁର୍ଘଟଣା ଯୋଗୁଁ ୧୪ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ରାଜଡଓାନୀ ନୁର-ସୁଲତାନ ଆଡ଼କୁ ବାହାରିଥିବା ଏହି ବିମାନଟି ଉଡ଼ାଣ ସମୟରେ ଖସି ପଡ଼ି ଗୋଟାଏ କଙ୍କ୍ରିଟ ଦିଆଲକୁ ଭାଙ୍ଗି ଏକ ଛୋଟ କୋଠା ଉପରେ ପଡ଼ିଯାଇଥିଲା ବୋଲି କାଜାକସ୍ତାନର ବେସାମରିକ ବିମାନଚଳାଚଳ କମିଟି ତାର ବିବୃତିରେ କହିଛି । ତେବେ ବିମାନ ଦୁର୍ଘଟଣାର ଯାଂଚ ପାଇଁ ଏକ ବିଶେଷ ଟିମ ଗଠନ କରାଯାଇଛି । ବିମାନ ନିର୍ଦ୍ଧାରଣ ଉଚ୍ଚ ଯାଏଁ ଉଡ଼ାଣ ଭରି ନଥିଲା, ରୋଡ଼ରେ ଫସି ଯାଇଥିଲା । ତେଣୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଜରୁରୀକାଳିନ କମିଟି ଅନୁଯାୟୀ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି ।

Related posts

ଦେଶରେ ୨୮୮ ନୂଆ କରୋନା ସଂକ୍ରମଣ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

mahabharatanews

ଚୀନ ସହ ତିକ୍ତତା ମଧ୍ୟରେ ଭାରତ କିଣିବ ୩୩ ନୂଆ ଯୁଦ୍ଧ ବିମାନ

mahabharatanews

୬୦ ଦିନ ପାଇଁ ଗ୍ରିନକାର୍ଡ ଉପରେ ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ

mahabharatanews