Uncategorized

ଅଡିଓ ଭାଇରାଲ ହେବାରୁ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଇସ୍ତଫା

(ଆହ୍ଲାବାଦ):ଉତ୍ତରପ୍ରଦେଶର ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ରତନ ଲାଲ ହାଙ୍ଗଲୁ ବୁଧବାର ବିଳମ୍ବିତ ରାତିରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନା ଅନୁଯାୟୀ, ଜଣେ ମହିଳାଙ୍କ ସହ ତାଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବା ପରେ ଏହା ବିରୋଧରେ ତଦନ୍ତ ଚାଲିଥିଲା । କିଛି ଦିନ ପୂର୍ବରୁ ରାଷ୍ଟ୍ରୀୟ ମହିଳା ଆୟୋଗ ହାଙ୍ଗଲୁଙ୍କୁ ଜବାବ ତଲବ କରି କଡା ଚେତାବନୀ ଦେଇଥିଲେ । କୁଳପତିଙ୍କ ସମେତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ରାମସେବକ ଦୁବେ ମଧ୍ୟ ଇସ୍ତଫା ଦେଇଥିବା ଜଣାଯାଇଛି ।

ପୂର୍ବରୁ ମହିଳା ଆୟୋଗର ଏକ ଟିମ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ଆସି ଛାତ୍ରୀ ନିବାସର ସ୍ଥିତି ଦେଖିବା ପରେ ଏଠାରେ ଝିଅମାନେ ସୁରକ୍ଷିତ ନୁହନ୍ତି ବୋଲି କହିଥିଲେ । ତେବେ ଏହାକୁ ନେଇ ପୂର୍ବରୁ ହାଙ୍ଗଲୁଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । କିନ୍ତୁ ଅଡିଓ ଭାଇରାଲ ହେବା ପରେ ସେ ଇସ୍ତଫା ଦେଇଛନ୍ତି ।

Related posts

୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ

mahabharatanews

ମଟନ,ଚିକେନଠୁ ବଳିଗଲା ପଣସ ଦର

mahabharatanews

୧୮୬ ଆକ୍ରାନ୍ତଙ୍କୁ ନେଇ କେଜରିୱାଲଙ୍କ ଚିନ୍ତା ବଢିଛି

mahabharatanews