Uncategorized

କେଜରିୱାଲ ସରକାର ଏକ କାଳୀନ: ଚାକୋ

ନୂଆଦିଲ୍ଲୀ: କଂଗ୍ରେସ ନେତା ପି ସି ଚାକୋ ଶୁକ୍ରବାର କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗତ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜରିୱାଲ ଏକ କାଳୀନ ବିଜୟ ହାସଲ କରିଥିଲେ ଓ ତାଙ୍କ ସହଯୋଗ ଦୀର୍ଘକାଳୀ ନୁହେଁ କି ସ୍ଥିର ନୁହେଁ । ଗତ ନିର୍ବାଚନରେ କେଜରିୱାଲ ଦିଲ୍ଲୀର ମୋଟ ୭୦ ଆସନ ମଧ୍ୟ ୬୭ଟି ଆସନ ହାସଲ କରିଥିଲେ । କିନ୍ତୁ ତାଙ୍କ ସହଯୋଗ ଚିରସ୍ଥାୟୀ ନୁହେଁ । ଚାକୋ ଆହୁରି କହିଥିଲେ, କଂଗ୍ରେସ ଦେଶର ରାଜଧାନୀରେ ସରକାର ଗଠନ କରିବ । ଫେବୃଆରୀ ୨୦୨୦ ସୁଦ୍ଧା କେଜରିୱାଲ ସରକାରର ଅନ୍ତ ଘଟିବ । ଆଉ କେଜରିୱାଲ ସରକାର ଦିଲ୍ଲୀରେ ଫେରିବ ନାହିଁ ବୋଲି ଚାକୋ ଦମ୍ଭତାର ସହ କହିଛନ୍ତି । ଚଳିତ ନିର୍ବାଚନରେ କଂଗ୍ରେସ ଦିଲ୍ଲୀରେ ଭଲ ପ୍ରଦର୍ଶନ କରିବ ବୋଲି ଚାକୋ ବାରମ୍ବାର କହିବା ସହ ଲୋକସଭା ନିର୍ବାଚନରେ ମଧ୍ୟ ଭଲ କରିବ ବୋଲି କହିଛନ୍ତି ।

Related posts

ଲଗାଣ ବର୍ଷାରେ ବେହାଲ ରାଜଧାନୀ; ବୁଡ଼ିଲା OSRTC ବସ୍

mahabharatanews

ସିଏଏ ବିରୋଧୀ ଅଭିଯାନର ମୁକାବିଲା ପାଇଁ ରାଜ୍ୟ ପ୍ରଭାରୀ ନିଯୁକ୍ତ

mahabharatanews

ସିଦ୍ଧାର୍ଥଙ୍କ ସଂସ୍କାରରେ ଶେହନାଜ

mahabharatanews