ଓଡିଶା

ଧାନକଟା ମେସିନ ଓଲଟି ୨ ଯୁବକଙ୍କ ମୃତ୍ୟୁ

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲାର ରାଇବଣିଆ ଥାନା ଅଞ୍ଚଳରେ ଧାନକଟା ମେସିନ ଓଲଟି ପଡିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁୁଯାୟୀ, ବାଲେଶ୍ୱର ଜିଲ୍ଲାର ରାଇବଣିଆ ଥାନା ଅନ୍ତର୍ଗତ ଖୁଆଡ ଗାଁର ୨ ଜଣ ଯୁବକ ବିଲରେ ଧାନ କାଟିବା ଲାଗି ଧାନକଟା ମେସିନ ଆଣିଥିଲେ । ରବିବାର ସକାଳେ ଧାନକଟା ସରିବା ପରେ ଯୁବକ ଦ୍ୱୟ ମେସିନକୁ ଟ୍ରାକ୍ଟରରେ ଲୋଡ କରି ନେବାଲାଗି ଚେଷ୍ଟା କରୁଥିଲେ । ହଠାତ ଉଭୟଙ୍କର ଅସାବଧାନତା ଯୋଗୁ ଧାନ କଟା ମେସିନ ସେମାନଙ୍କ ଉପରକୁ ଓଲଟି ପଡିଥିଲା । ଫଳରେ ଦୁହେଁ ଗୁରୁତର ଭାବେ ଆହତ ହୋଇଥିଲେ । ଏହା ଦେଖି ପାଖରେ ଥିବା ଗାଁ ଲୋକେ ଉଭୟ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Related posts

ହତ୍ୟା ଘଟଣାକୁ ୧୩ ମାସ ବିତିଯାଇଥିଲେ ବି ପୋଲିସର ହାତ ଖାଲି

mahabharatanews

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

 ବୋରୱେଲରେ ଖସି ପଡ଼ିଥିବା ୮୦ ବର୍ଷୀୟ ବୃଦ୍ଧା ଉଦ୍ଧାର

mahabharatanews