ଦେଶ ବିଦେଶ

‘ବମ୍ ବୋମ୍ ଭୋଲେ’ ଧ୍ୱନିରେ ଆରମ୍ଭ ହେଲା ଅମରନାଥ ଯାତ୍ରା-୨୦୨୬

ପବିତ୍ର ଅମରନାଥ ଯାତ୍ରା-୨୦୨୬ର ଆଜି ଶୁଭାରମ୍ଭ ହୋଇଛି। ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ତଥା ଶ୍ରୀ ଅମରନାଥଜୀ ମନ୍ଦିର ବୋର୍ଡର ଅଧ୍ୟକ୍ଷ ମନୋଜ ସିହ୍ନା ପ୍ରଥମ ବ୍ୟାଚ୍‌ର ତୀର୍ଥଯାତ୍ରୀଙ୍କୁ ପତାକା ଦେଖାଇ ଆରମ୍ଭ କରିଥିଲେ।

Amarnath Yatra Registration 2026: Complete Online Process, Dates, Fees & Guidelines

‘ବମ୍ ବୋମ୍ ଭୋଲେ’ ଏବଂ ‘ହର ହର ମହାଦେବ’ ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ପ୍ରଥମ ଦିନରେ ୨୫୯ଟି ଯାନରେ ମୋଟ ୪,୮୨୨ ଜଣ ତୀର୍ଥଯାତ୍ରୀ ପହଲଗାମ ଓ ବାଲତାଲ ରୁଟ୍ ଦେଇ ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଭଗବତୀ ନଗର ବେସ୍ କ୍ୟାମ୍ପରେ ଉପରାଜ୍ୟପାଳ ମନୋଜ ସିହ୍ନା ତୀର୍ଥଯାତ୍ରୀଙ୍କ ସହ ଭେଟି ସେମାନଙ୍କ ସୁରକ୍ଷିତ ଓ ସଫଳ ଯାତ୍ରା କାମନା କରିଥିଲେ। ତୀର୍ଥଯାତ୍ରୀମାନେ ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ପ୍ରତି ସନ୍ତୋଷ ପ୍ରକାଶ କରିଥିଲେ।

Amarnath Yatra Package for 4 Nights and 5 Days @ 18,500

ଚଳିତ ବର୍ଷ ଯାତ୍ରାକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପହଲଗାମ ଓ ବାଲତାଲ ଉଭୟ ରୁଟ୍‌ରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ୬୭୦ କମ୍ପାନୀ ମୁତୟନ କରାଯାଇଛି। ଏହା ପୂର୍ବରୁ ଉପରାଜ୍ୟପାଳ ଭଗବତୀ ନଗର ଯାତ୍ରୀ ନିବାସ ପରିଦର୍ଶନ କରି ରହଣି, ସୁରକ୍ଷା, ସ୍ୱାସ୍ଥ୍ୟ ସେବା, ପରିମଳ, ପାନୀୟ ଜଳ, ବିଦ୍ୟୁତ୍ ଏବଂ ଜରୁରୀକାଳୀନ ସେବାର ସମୀକ୍ଷା କରିଥିଲେ। ବହୁ ସଂଖ୍ୟକ ତୀର୍ଥଯାତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଆବଶ୍ୟକ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଅମରନାଥ ଯାତ୍ରା ୩ ଜୁଲାଇରୁ ୨୮ ଅଗଷ୍ଟ ପର୍ଯ୍ୟନ୍ତ ମୋଟ ୫୭ ଦିନ ଧରି ଚାଲିବ।

 

Related posts

ଉପମୁଖ୍ୟମନ୍ତ୍ରୀ ପାଇଁ ମନୋନୀତ ହେଲେ ଏହି ନେତା, ଆସନ୍ତା କାଲି ଶପଥ ସମାରୋହ

mahabharatanews

NEET-UG ପେପର୍ ଲିକ୍ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା, NTAକୁ ହଟାଇବା ପାଇଁ ଆବେଦନ

mahabharatanews

ଆସନ୍ତାକାଲି ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା

mahabharatanews