ପାଣିପାଗ

ସୃଷ୍ଟି ହେଲା ଲଘୁଚାପ, ଆହୁରୀ ୩ ଦିନ ପ୍ରବଳ ବର୍ଷିବ…

ଜୁଲାଇ ପ୍ରଥମ ସପ୍ତାହରୁ  କିଛି ରାଜ୍ୟରେ ମୌସୁମୀ ବର୍ଷା ଜାରୀ ରହିଛି । ଏହା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ନୂତନ ଲଘୁଚାପ କ୍ଷେତ୍ର ଯୋଗୁଁ ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପାଣିପାଗ ବିଭାଗ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ଏହା ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି ।

ଲଗାଣ ମୌସୁମୀ ବର୍ଷା ଜାରି ରହିଥିବାବେଳେ ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିବାର ଆଶଙ୍କା ରହିଛି। କନ୍ଧମାଳ ଜିଲାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲାପାଳ ବେଦଭୂଷଣ ଦୁଇ ଦିନ ଅର୍ଥାତ ଗୁରୁବାର ଓ ଶୁକ୍ରବାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି।  ସେପଟେ, ମୌସୁମୀ ବର୍ଷାରେ ବେହାଲ ରାଜଧାନୀବାସୀ । ଗୁରୁବାର ମଧ୍ୟାହ୍ନ ସମୟରେ ରାଜଧାନୀରେ ପ୍ରବଳ ବର୍ଷା ଫଳରେ ଭୁବନେଶ୍ୱରର ଅନେକ ଅଞ୍ଚଳରେ ଜଳମଗ୍ନ ସ୍ଥିତି ହୋଇଥିଲା । ତେବେ ଆଗାମୀ କିଛି ଦିନ ପାଇଁ ବଙ୍ଗୋପସାଗରରେ କୌଣସି କାର୍ୟ୍ୟକଳାପରୁ ନିବୃତ୍ତ ରହିବା ଏବଂ କୂଳକୁ ଫେରିବାକୁ ମତ୍ସ୍ୟଜୀବୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Related posts

ରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀ ଜାରି ରହିବ

mahabharatanews

ମୌସୁମୀ ପରବର୍ତ୍ତୀ ସମୟରେ ସର୍ତକ ରହିବାକୁ ସ୍ୱାସ୍ଥ୍ୟବିଭାଗର ମାର୍ଗଦର୍ଶିକା

mahabharatanews

ଟୁଇନ୍ ସିଟିରେ ସକାଳୁ ମୌସୁମୀ ବର୍ଷା

mahabharatanews