ଓଡିଶା

ଧାରଣା ପରେ ଆରମ୍ଭ ହେଲା ଶବ ବ୍ୟବଚ୍ଛେଦ

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମୃତ ଯୁବକଙ୍କ ମୃତଦେହକୁ ଧରି ମୃତକଙ୍କ ପରିବାର ଲୋକ ଓ ସରପଞ୍ଚ ଧାରଣାରେ ବସିବା ପରେ ଶବ ବ୍ୟବଚ୍ଚେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସୂଚନା ଅନୁଯାୟୀ, ଗତ ରବିବାର କୁଲି ଗାଁର ପ୍ରସାଦ କିଲାକା ନାମକ ଜଣେ ଯୁବକ ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷ ଓ ପୋଲିସ ବିଳମ୍ବ କରିବାରୁ ଗତକାଲି ଶବ ବ୍ୟବଚ୍ଛେଦ ହୋଇ ପାରିନଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାର ପ୍ରତିବାଦ କରି ତୁରନ୍ତ ଶବର ବ୍ୟବଚ୍ଛେଦ କରିବାକୁ ଦାବି କରି ରବିବାର ସକାଳେ କୁଲି ଗ୍ରାମ ପଞ୍ଚାୟତର ସରପଞ୍ଚ. ତାଙ୍କ ସମର୍ଥକ ଓ ମୃତକଙ୍କ ପରିବାର ଲୋକେ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଥିଲେ । ପୋଲିସ ଓ ସିଡିଏମଓ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଲୋକଙ୍କ ସହ ଆଲୋଚନା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହାପରେ ଉତ୍ତ୍ୟକ୍ତ ଲୋକେ ଆନ୍ଦୋଳନରୁ ହଟିଥିଲେ ।

Related posts

ଜିଲ୍ଲା ଅଙ୍ଗନୱାଡି ସହାୟିକା ସଙ୍ଘର ଜିଲ୍ଲା ସମ୍ମିଳନୀ

mahabharatanews

ସମ୍ବଲପୁରରେ ବିଜେଡି ସୁପ୍ରିମୋଙ୍କ ଜୋରଦାର ପ୍ରଚାରକୁ

mahabharatanews

ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବିଷ୍ଣୁ ଦାସଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ପାଳନ ସହ ପ୍ରତିମୂର୍ତ୍ତି ଉନ୍ମୋଚନ

mahabharatanews