ଓଡିଶା

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ

(ଟୁକୁନା ଖରା/ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ସୀମାନ୍ତ ବର୍ତ୍ତି ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ କୋଇଲିମୁଣ୍ଡା ର ଦୟାଳୁ ଟାକ୍ରି (୬୫)ଙ୍କର ଆଜି ସକାଳେ ଉଚ୍ଚ ଶକ୍ତି ସଂପର୍ଣ୍ଣ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବହୁ ଦିନ ହେବ କୋଇଲିମୁଣ୍ଡା ଗ୍ରାମର ଅଳ୍ପ ଦୂରରେ ୩୩ କେଭି ବିଦ୍ୟୁତ ତାର ଛିଣ୍ଡି ଜମି ଉପରେ ପଡ଼ିଥିଲା।ଦୟାଳୁ ଚାଷ ଜମି ଆଡ଼କୁ ଗଲା ବେଳେ ଏପରି ଘଟଣା ଘଟିଥିଲା।ତାଙ୍କ ମୃତ୍ୟୁ କୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ଅପର ପକ୍ଷେ ଗ୍ରାମବାସୀଙ୍କ ସମେତ ମୃତକ ବାରମ୍ବାର ବିଦ୍ୟୁତ ବିଭାଗକୁ ଏନେଇ ଅବଗତ କରିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ ସରବରାହ ବିଛିନ୍ନ କରାଯାଇନଥିଲା । ମୃତକ ନିଜେ ନିଜର ବାର୍ଦ୍ଧକ୍ୟ ଭତ୍ତା ଟଙ୍କାରୁ ଜନୈକ ଲାଇନ ମ୍ୟାନଙ୍କୁ ବିଦ୍ୟୁତ ସରବରାହ ବିଛିନ୍ନ କରିବା ପାଇଁ ଦୁଇ ଶହ ଟଙ୍କା ଦେଇଥିବା ତାଙ୍କ ପୁଅ ପ୍ରକାଶ କରିଛନ୍ତି । ଦୀର୍ଘ ସମୟ ବିତିଯାଇଥିଲେ ବି ବିଦ୍ୟୁତ ବିଭାଗ ଅଧିକାରୀ ପହଞ୍ଚି ନ ଥିବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ପରିବାର ବର୍ଗ ଦାବି କରିଥିବା ବେଳେ ଚନ୍ଦାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related posts

ଏନଟିପିସି ଟାଉନ ପୁଲିସ୍ ପକ୍ଷରୁ ୧୩ହଜାର ଜୋରିମନା ଆଦାୟ

mahabharatanews

ପୋଲିସ ସହାୟତା କେନ୍ଦ୍ର ଉଦଘାଟିତ

mahabharatanews

ଏଯାବତ ୬ ଜଣଙ୍କ ଜୀବନ ନେଲାଣି ଲଗାଣ ବର୍ଷା

mahabharatanews