Uncategorized

ଇରାନର ପରମାଣୁ ପାୱାର ପ୍ଲାଣ୍ଟ ନିକଟରେ ଭୁକମ୍ପ

(ତେହେରାନ): ଇରାନର ବୁଶହେର ଠାରେ ଥିବା ପରମାଣୁ ପାୱାର ପ୍ଲାଣ୍ଟ ନିକଟରେ ବୁଧବାର ଭୁକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ହଠାତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଥରିବାରୁ ଲୋକଙ୍କ ମାଧ୍ୟରେ ଆକ୍ରମଣର ଆଶଙ୍କା ବଢିଥିଲା । କିନ୍ତୁ ଏହା ପ୍ରକୃତି ଜନିତ ଭୁକମ୍ପ ଯୋଗୁ ଥରିଥିବା ଇରାନ ଗଣମାଧ୍ୟମ ଖବର ପ୍ରକାଶ କରିଛି । ୟୁଏସଜିଏସ ପକ୍ଷରୁ କୁହାଯାଇଛି ଯେ, ଭୁକମ୍ପର କେନ୍ଦ୍ରସ୍ଥଳ ବୋରଜନାର ଦକ୍ଷିଣପୂର୍ବ ଅଞ୍ଚଳ ଠାରୁ ୧୦ କିମି ଦୂରରେ ରହିଛି । ଏହାର ଗଭୀରତା ୧୦ କିମି ରହିଥିଲା । ଏହାର ପ୍ରଭାବରେ ବୁଶହେର ଠାରେ ଥିବା ପରମାଣୁ ପାୱାର ପ୍ଲାଣ୍ଟ କିଛି ସମୟ ପାଇଁ ଥରିଥିଲା ।

Related posts

ବରିଷ୍ଠ ଆରଏସଏସ ପ୍ରଚାରକ ପି ପରମେଶ୍ୱରମଙ୍କ ପରଲୋକ

mahabharatanews

ଘର ପାଇଁ ବାସ୍ତୁ କାହିଁକି ଜରୁରୀ

mahabharatanews

ଡିପ୍ରେସନରେ ଅରମାନ,ଡିଲିଟ୍ କଲେ ଇନଷ୍ଟାଗ୍ରାମ ପୋଷ୍ଟ

mahabharatanews