Uncategorized

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୩୦୯୧

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦, ୬୬୭ ଜଣ ନୂଆ କରୋନା କେଶ ସାମ୍ନାକୁ ଆସିଛି । ଏହା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୩୦୯୧ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୦୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୯୯୦୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୧୭୮ ରହିଛି।
ମୃତକଙ୍କ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ରରେ ୪୧୨୮ ଜଣ, ଗୁଜରାଟରେ ୧୫୦୫ ଜଣ, ଦିଲ୍ଲୀରେ ୧୪୦୦ ଜଣ, ପଶ୍ଚମବଙ୍ଗରେ ୪୮୫ ଜଣ, ତାମିଲନାଡୁରେ ୪୭୯ ଜଣ, ମଧ୍ୟପ୍ରଦେଶରେ ୪୬୫ ଜଣ, ଉତ୍ତରପ୍ରଦେଶରେ ୩୯୯ ଜଣ ରାଜସ୍ଥାନରେ ୩୦୧ ଜଣ, ତେଲେଙ୍ଗାନାରେ ୧୮୭ ଜଣ, ହରିୟାଣାରେ ୧୦୦ ଜଣ, କର୍ଣ୍ଣାଟକରେ ୮୯ ଜଣ, ଆନ୍ଧ୍ରପ୍ରଦେଶରେ ୮୮ ଜଣ, ପଞ୍ଜାବରେ ୭୧ ଜଣ, ଜମ୍ମୁ ଓ କଶ୍ମୀରରେ ୬୨ ଜଣ, ବିହାରରେ ୪୦ ଜଣ, ଉତ୍ତରାଖଣ୍ଡରେ ୨୪ ଜଣ, କେରଳରେ ୨୦ ଜଣ, ଓଡ଼ିଶାରେ ୧୧ ଜଣ, ଛତିଶଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ. ଆସାମରେ ୮ ଜଣ, ଚଣ୍ଡିଗଡ଼ରେ ୬ ଜଣ, ପୁଦ୍ଦୁଚେରୀରେ ୫ ଜଣ ଓ ତ୍ରିପୁରା, ଲଦାଖ.ମେଘାଳୟରେ ୧ ଜଣେ ଲେଖା ରହିଛନ୍ତି ।

Related posts

ଏନସିବିକୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ସମୟ ମାଗିଲେ ଅର୍ଜୁନ ରାମପାଲ

mahabharatanews

ହାଥରସ ଗଣଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟରେ ୟୁପି ସରକାରଙ୍କ ସତ୍ୟପାଠ ଦାଖଲ

mahabharatanews

ଘନ କେଶ ପାଇଁ ଉପକାରୀ ଅଦା

mahabharatanews