ଓଡିଶା

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ରାସ୍ତାରୋକ

(ମହାଭାରତ, ମୟୁରଭଞ୍ଜ): ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାସଗୋବିନ୍ଦପୁର ମୂଷାମାରି ବାଲିଖାଦାନରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଉକ୍ତ ଯୁବକଙ୍କୁ ଜେସିବିରେ ଚାପି ମାରି ଦିଆଯାଇଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ସେ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଖାଦାନ କାରବାରକୁ ବିରୋଧ କରୁଥିଲେ । ମିଳିଥିବା ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଦେବଷୋଳ ଗ୍ରାମ ପଞ୍ଚାୟତର ରାମଚନ୍ଦ୍ରପୁର ଗାଁରେ ମଣ୍ଟୁ ତରାଇ ନାମକ ଯୁବକଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ସେହି ଗାଁର କିଛି ବାଲି ମାଫିଆ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯୁବକ ଜଣକ ପୂର୍ବରୁ ସିଆରପିଏଫ ଯବାନ ଭାବେ କାମ କରୁଥିଲେ । କିଛି ଦିନ ତଳେ ସେ ଚାକିରି ଛାଡି ଗାଁରେ ରହୁଥିଲେ । ଏହି ଘଟଣାର ପ୍ରତିବାଦ କରି ଯୁବକଙ୍କ ମୃତଦେହକୁ ରାସ୍ତାରେ ରଖି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବା ଜଣାଯାଇଛି । ରାସଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

Related posts

ଭୁବନେଶ୍ୱରରୁ ଆଉ ୧୯୦ କରୋନା ପଜିଟିଭ ଚିହ୍ନଟ

mahabharatanews

ଅଯୋଧ୍ୟାରୁ ମହାପ୍ରଭୁଙ୍କ ପାଇଁ ନିମନ୍ତ୍ରଣ ପତ୍ର

mahabharatanews

ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ସଚେତନତା ରଥ

mahabharatanews