ଓଡିଶା

ବ୍ରିଜ ଉପରୁ ଓଲଟିଲା ଟ୍ରକ ଆହତଙ୍କୁ ଉଦ୍ଧାର ନକରି ଲୋକେ ଗୋଟାଇଲେ ମାଛ

(ମହାଭାରତ, ଖଲ୍ଲିକୋଟ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗତ ଶନିବାର ରାତିରେ ବଡଘାଟି ଓଭରବ୍ରିଜ ଉପରୁ ଆନ୍ଧ୍ରପ୍ରଦେଶରୁ କୋଲକାତା ଯାଉଥିବା ଏକ ମାଛ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ଏଥିରେ ଗାଡିର ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ ମଧ୍ୟ ଆହତମାନଙ୍କୁ ଉଦ୍ଧାର କରିବା ବଦଳରେ ରାସ୍ତାରୁ ମାଛ ଗୋଟାଇବାରେ ଲାଗିପଡିଥିଲେ । ଏପରିକି ସେହି ରାସ୍ତା ଦେଇ କାର ଓ ବାଇକରେ ଯାଉଥିବା ଲୋକେ ମଧ୍ୟ ଅଟକି ମାଛ ଗୋଟାଇବା ଦେଖିବାକୁ ମିଳିଥିଲା । କିଛି ସମୟ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଆହତମାନେ ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ପୋଲିସ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Related posts

ରାୟଗଡା ଜିଲ୍ଲାରେ ଶୂନ୍ୟ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳିତ

mahabharatanews

ବୋର୍ଡ ପରୀକ୍ଷା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

mahabharatanews

ନନ୍ଦାହାଣ୍ଡିରେ ଭାଲୁ ଆତଙ୍କ

mahabharatanews