Uncategorized

ଲକ୍ଷେ୍ନø, ନୋଏଡାରେ ଲାଗୁହେବ ପୁଲିସ କମିଶନ ସିଷ୍ଟମ

ଲକ୍ଷେ୍ନø: ଉତ୍ତର ପ୍ରଦେଶର ର।ଜଧାନୀ ଲକ୍ଷେ୍ନø ଓ ନୋଏଡାରେ ପୁଲିସ କମିଶନ ସିଷ୍ଟମ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଥିନେଇ ନିଷ୍ପତି ହୋଇଛି । ଡିଜିପି ଓପି ସିଂହ ଓ ଗୃହ ମୁଖ୍ୟ ସଚିବ ଅବନିଶ କୁମାର ଅବସ୍ଥି ସହ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ବୈଠକରେ ମୁମ୍ବାଇ ଓ ଗୁଡଗାଁଓରେ ଲାଗୁ ପୁଲିସ କମିଶନର ପ୍ରଣାଳୀ ଉପରେ ଆଲୋଚନା ହୋଇଥିଲା ।

ତେବେ ପୁଲିସ କମିଶନର ପ୍ରଣାଳୀ ଲାଗୁ କରିବା ପ୍ରସ୍ତାବ କ୍ୟାବିନେଟରେ ମଞ୍ଜୁରୀ ଲାଭ କରିବା ଜରୁରୀ । କିନ୍ତୁ ଲକ୍ଷେ୍ନø ଓ ନୋଏଡାରେ ବରିଷ୍ଠ ପୁଲିସ କମିଶନରର ପଦ ଦୁଇ ଦିନରୁ ଖାଲି ପଡିଛି । କ୍ୟାବିନେଟର ବୈଠକ ମଙ୍ଗଳବାରକୁ ପ୍ରସ୍ତାବିତ ହୋଇଛି । ତେଣୁ ବାଇ ସର୍କୁଲେଶନ ପୁଲିସ କମିଶନର ପ୍ରଣାଳୀ ଲାଗୁ କରିବାକୁ ପ୍ରସ୍ତାବରେ ମଞ୍ଜୁରୀ ଦିଆଯିବା ଉପରେ ଚର୍ଚ୍ଚା ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ସଚିବ ଏସପି ଗୋୟଲ ସାମିଲ ଥିଲେ ।
ମୁମ୍ବାଇରେ ଶସ୍ତ୍ର ଲାଇସେନ୍ସ ଓ ଅବକାରୀ ଦୋକାନର ଲାଇସେନ୍ସ ଜାରି କରିବାର ଅଧିକାର ପୁଲିସ କମିଶନରଙ୍କୁ ଦିଆଯାଇଛି । କିନ୍ତୁ ଗୁଡଗାଁଓରେ ପୁଲିସକୁ ଏହି ଅଧିକାର ଦିଆଯାଇ ନାହିଁ । ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ କେଉଁ ମଣ୍ଡଳ ଏଥିରେ ଲାଗୁ କରାଯିବ ।

Related posts

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

mahabharatanews

ମୁମ୍ବାଇ ଆକ୍ରମଣକୁ ପୂରିଲା ୧୨ ବର୍ଷ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୫୭ କରୋନା ପଜିଟିଭଙ୍କ ମୃତ୍ୟୁ

mahabharatanews