Uncategorized

ବାରାଣସୀର ଏକ କଲେଜ କ୍ଲାସରୁ ମଣିଷ କଙ୍କାଳ ଉଦ୍ଧାର

ବାରାଣସୀ: କଲେଜରୁ ମଣିଷର କଙ୍କାଳ ଉଦ୍ଧାର । ଉତ୍ତର ପ୍ରଦେଶ, ବାରାଣସୀର କାଣ୍ଟର ଏକ କଲେଜରୁ ମଣିଷ କଙ୍କାଳ ମିଳିଛି। ଏକ କ୍ଲାସ ରୁମରୁ ଏହି କଙ୍କାଳ ମିଳିଛି । ଏହି କଲେଜଟି କରୋନା କାଳରେ ସେଲଟର ହୋମଭାବେ ବ୍ୟବହାର ହେଉଥିଲା । ଏବେ କଲେଜ ଖୋଲିବା ପରେ ଛାତ୍ରଛାତ୍ରୀ ବେଞ୍ଚ ତଳେ ମଣିଷର କଙ୍କାଳ ଦେଖିବାକୁ ପାଇଛନ୍ତି । ଏହି ଘଟଣା ପରେ ପୁଲିସ ତଦନ୍ତ ଚଳାଇଛି ।
ଅନ୍ୟପକ୍ଷରେ କଲେଜର ପ୍ରିନ୍ସିପାଲ ଡ ଏକେ ସିଂହ କହିଛନ୍ତି, କଲେଜ ପଛପଟେ ଥିବା ଖାଲି ସ୍ଥାନକୁ ପଡିଆ ଭାବେ ବ୍ୟବହାର କରିବାକୁ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ପିଲାମାନେ ପଡିଆରେ ଖେଳି ପଡିଆରେ ପରିତ୍ୟକ୍ତ ଅବସ୍ଥାରେ ଥିବା କ୍ଲାସକୁ ଯାଇ ସେଠାରେ ବେଞ୍ଚ ତଳେ ଏକ କଙ୍କାଳ ପଡିଥିବା ଦେଖି ଖବର ଦେଇଥିଲେ । ଏହାପରେ ପୁଲିସକୁ ଖବର ଦିଆଯାଇଥିଲା । ତେବେ କରୋନା କାଳରେ କଲେଜର ଏହି ଅବ୍ୟବହୃତ ଗୃହକୁ ସେଲଟର ହୋମ ଭାବେ ବ୍ୟବହାର କରାଯାଉଥିଲା । ରାସ୍ତା କଡରେ ଥିବା ଗରିବ, ମାନସିକ ବିକୃତଙ୍କୁ ଏଠାରେ ରଖାଯାଉଥିଲା । ମାନସିକ ବିକୃତଙ୍କ ମଧ୍ୟରେ ଅନେକ ସମୟରେ ମାରପିଟ ହୋଇଥାଏ, ହୁଏତ କୌଣସି ମାନସିକ ବିକୃତର କଙ୍କାଳ ହୋଇଥିବ ବୋଲି ପ୍ରିନ୍ସିପାଲ କହିଛନ୍ତି ।
ଅନ୍ୟପଟେ ଏହି କଙ୍କାଳକୁ ନେଇ ପୁଲିସ ଯାଞ୍ଚ ଆରମ୍ଭ କରିଛି । ଫରେନ୍ସିକ ଟିମ କଙ୍କାଳର ଯାଞ୍ଚ କରିବା ସହ ନମୁନା ସଂଂଗ୍ରହ କରିଛି । କାଣ୍ଟ ପୁଲିସ ପକ୍ଷରୁ କୁହାଯାଇଛି, କଙ୍କାଳଟି ଜଣେ ପୁରୁଷର । ଏହାର ଡିଏନଏ ଟେଷ୍ଟ କରାଯିବ ।

 

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୨୪୯ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଜାମ୍ମୁ କାଶ୍ମୀରରେ ୨୫ ହଜାର କୋଟି ଟଙ୍କାର ଜମି ଦୁର୍ନୀତି

mahabharatanews

ସଂଘ ପରିବାରର ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ଲକ୍ଷ୍ୟରେ ସିଏଏ ଆୟୁଧ: କେରଳ ମୁଖ୍ୟମନ୍ତ୍ରୀ

mahabharatanews