ଓଡିଶା

ପାଇକମାଳ ବିନ୍ଧ୍ୟବାସିନୀ କଲେଜ୍ ରେ ବାର୍ଷିକ ଉତ୍ସବ

(ମହାଭାରତ,ବରଗଡ): ବରଗଡ ଜିଲ୍ଲା ପାଇକମାଳ ସ୍ଥିତ ବିନ୍ଧ୍ୟବାସିନୀ କଲେଜର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନଙ୍କ ସଭାପତିତ୍ୱରେ     ଅନୁଷ୍ଠିତ ସଭାରେ ସମ୍ବଲପୁର ଡେପୁଟି ଶିକ୍ଷା ଅଧିକାରୀ ଶ୍ରୀ ଉତ୍ତମ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବରେଣ୍ୟ ଅତିଥି ରୂପେ ଗନ୍ଧମାର୍ଦନ ସୁରକ୍ଷା ଆନ୍ଦୋଳନ ନେତା ତଥା ପୂର୍ବତନ ବିଧାୟକ କଲେଜ୍ ପରି·ଳନା କମିଟି ସଭାପତି ଶ୍ରୀ ପ୍ରଦୀପ ପୁରୋହିତ, ମୁଖ୍ୟବକ୍ତା ଭାବେ କବି ମନୋରଂଜନ ସାହୁ ଯୋଗଦେଇଥିଲେ  । ସଭାକୁୁ ଓଡ଼ିଆ ଅଧ୍ୟପକ ରଞ୍ଜିତା ମହାନ୍ତି ସଂ·ଳନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଶିକ୍ଷା ଗ୍ରହଣରେ  ଛାତ୍ର ଛାତ୍ରୀଙ୍କ ଭୂମିକା ଓ  ଉପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ବକ୍ତବ୍ୟ ପ୍ରଦାନ କରି ଗନ୍ଧମାର୍ଦନ ଆନ୍ଦୋଳନ ସମୟରେ ·ଲିଥିବା ଗୀତ ଗାନ କରି ଦର୍ଶକଙ୍କୁ ବିଭୋର କରିଥିଲେ । ପରିଶେଷରେ କଲେଜରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବ ଶ୍ରୀ ଘନଶ୍ୟାମ ପ୍ରଧାନ, ଲିଜା ପ୍ରଧାନ, ଦୁର୍ଯୋଧନ ସୁନା,ସ୍ୱାଗତିକା ପ୍ରଧାନ, ରଶ୍ମୀ ସାହୁ, ଗଣେଶ ସୋନି, ଯମୁନା ଛତର୍, ଇତିଶ୍ରୀ ସାହୁ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା  ।

Related posts

ବାଲ୍ୟବିବାହ ରୋକିଲେ ଚାଇଲଡ଼ ହେଲ୍ପ ଲାଇନ…

mahabharatanews

ଓଏସ ସ୍ତରରେ ଅଦଳ ବଦଳ

mahabharatanews

ଆଉ ୬ ମାସ ମୁଖ୍ୟ ଶାସନ ସଚିବଭାବେ କାର୍ଯ୍ୟକରିବେ ସୁରେଶ

mahabharatanews