ଓଡିଶା

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆହତ

(ମହାଭାରତ, ସତ୍ୟବାଦୀ): ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର ପଟ୍ଟନାୟିକା ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବଳପୁର ଗାଁର ଅର୍ଜୁନ ମହାପାତ୍ର ବିଳମ୍ବିତ ରାତିରେ ଗାଁକୁ ଫେରୁଥିଲେ । ପଟ୍ଟନାୟିକିଆ ଛକରେ ଅର୍ଜୁନ ହଠାତ ଗାଡି ବୁଲାଇବା ସମୟରେ ପଛରେ ଆସୁଥିବା ପଛରୁ ଆସୁଥିବା ଅନ୍ୟ ଜଣଙ୍କ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁହେଁ ରାସ୍ତାରେ ଛିଟିକି ପଡିଥିଲେ । ସ୍ଥନୀୟ ଲୋକେ ତୁରନ୍ତ ଉଭୟଙ୍କୁ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ମାତ୍ର ଅର୍ଜୁନଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସତ୍ୟବାଦୀ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।

Related posts

ରାଜ୍ୟରେ  ୧୫୦ କ୍ୱାରେଣ୍ଟାଇନ, ୨୯ ସ୍ଥାନୀୟ କରୋନା ଚିହ୍ନଟ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଧର୍ମକୁ ଆଖିଠାର

mahabharatanews

ରାଜ୍ୟରେ ପୁଣି ୫୪୩ କରୋନା ପଜିଟିଭ ଚିହ୍ନଟ,୧୪ ହଜାର ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews