Uncategorized

ଜେଏନୟୁ ହିଂସା: ପୋଲିସ, ହ୍ୱାଟ୍ସଆପ, ଗୁଗୁଲକୁ କୋର୍ଟଙ୍କ ନୋଟିସ

(ନୂଆଦିଲ୍ଲୀ): ଜେଏନୟୁ ହିଂସାକାଣ୍ଡ ଉପରେ ସମସ୍ତ ଭିଡିଓ, ସିସିଟିଭି ଫୁଟେଜ ଓ ଅନ୍ୟ ପ୍ରମାଣକୁ ସଂରକ୍ଷିତ ରଖିବା ପାଇଁ ହୋଇଥିବା ଆବେଦନର ଶୁଣାଣି ସୋମବାର ଦିଲ୍ଲୀ ହାଇକୋର୍ଟ କରିଛନ୍ତି । ଜେଏନୟୁର ୩ ଜଣ ପ୍ରଫେସର ଏନେଇ ଆବେଦନ କରିଥିଲେ । ଆଜି କୋର୍ଟ ଏହାର ଶୁଣାଣି କରି ପୋଲିସ, ଦିଲ୍ଲୀ ସରକାର, ହ୍ୱାଟ୍ସଆପ, ଗୁଗଲକୁ ନୋଟିସ ଜାରି କରିଛନ୍ତି । ସେମାନେ ଏଭଳି ତଥ୍ୟ ସଂରକ୍ଷଣ ଉପରେ ତୁରନ୍ତ ମତ ରଖିବାକୁ କୋର୍ଟ କହିଛନ୍ତି । ଏହି ହିଂସାକାଣ୍ଡର ସିସିଟିଭି ଫୁଟେଜ ସଂରକ୍ଷିତ ରଖିବା ସହ ପୋଲିସକୁ ଦେବା ପାଇଁ ଜେଏନୟୁ ପ୍ରଶାସନକୁ କୁହାଯାଇଛି ବୋଲି ଦିଲ୍ଲୀ ପୋଲିସ ଆବେଦନର ଶୁଣାଣି ବେଳେ କୋର୍ଟଙ୍କୁ କହିଛି । ଏଯାଏ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ତଥ୍ୟ ସଂରକ୍ଷିତ ସମ୍ପର୍କରେ କୌଣସି ଜବାବ ପାଇନାହିଁ ବୋଲି ଦିଲ୍ଲୀ ସରକାରଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ରାହୁଲ ମେହେର କହିଛନ୍ତି । ଏଥିସହ ଜେଏନୟୁ ଛାତ୍ରଛାତ୍ରୀ ଗଠନ କରିଥିବା ୟୁନିଟି ଏଗେନଷ୍ଟ ଲେଫ୍ଟ ଓ ଫ୍ରେଣ୍ଡସ ଅଫ ଆରଏସଏସ ନାମକ ୨ଟି ହ୍ୱାଟ୍ସଆପ ଗ୍ରୁପର ତଥ୍ୟ ସଂରକ୍ଷିତ ରଖିବାକୁ ହ୍ୱାଟ୍ସଆପକୁ ଚିଠି ଲେଖିଛି । ଏଥିରେ ଥିବା ଫଟୋ, ଭିଡିଓ ଓ ଫୋନ ନମ୍ବର ପୂର୍ବପରି ରଖିବାକୁ କୁହାଯାଇଛି ।

Related posts

ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟ ୪୯, ୨ ଭେଣ୍ଟିଲେଟରରେ

mahabharatanews

୪ ଦେଶର ଭିସା ରଦ୍ଦ

mahabharatanews

ଅକ୍ସିଜେନ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ଜଣଙ୍କ ମୃତ୍ୟୁ, ୧୦ ଗୁରୁତର

mahabharatanews

Leave a Comment