Uncategorized

କାଜୁ ଜଙ୍ଗଲରୁ ଉଦ୍ଧାର ଜଣେ ଯୁବକଙ୍କ ମୃତଦେହ

ପାଟଣା : କାଜୁ ଜଙ୍ଗଲରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା  ପାଟଣା ଥାନା ମୂଷାଖୋରୀରେ ।ମୃତକ ଧନୁର୍ଯ୍ୟୟପୁର ଗ୍ରାମର ସଞ୍ଜନ ମହାରଣା ବୋଲି ଜଣା ପଡିଛି ।ସୂଚନାନୁସାରେ, ସଞ୍ଜନ ଗୋଟେ ଦିନ ଆଗରୁ ଘରୁ ନିଖୋଜ ଥିଲେ , ଏଥିପାଇଁ ପରିବାର ଲୋକେ ଥାନା ରେ ଅଭିଯୋଗ କରିଥିଲେ  । କିନ୍ତୁ ଗୋଟେ ଦିନ ବିତିଯାଇଥିଲେ ମଧ୍ୟ ସଞ୍ଜନ କିଛି ପଟ ମିଳିନଥିଲା। ସକାଳୁ ସେହି ଜଙ୍ଗଲକୁ କିଛି ଲୋକ ଯାଇଥିଲେ ଆଉ ସେଠାରେ ସେମାନେ ଯୁବକକୁ ଗଛରେ ଝୁଲୁଥିବା ଦେଖିଥିଲେ । ଯାହାକୁ ଦେଖି ସେହି ଗ୍ରାମର ପୁଅ ବୋଲି ଜାଣି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ସେଠାରେ ପହଂଚି ପୋଲିସ କୁ ଖବର ଦେଇଥିଲେ ।    ସଞ୍ଜନକୁ କେହି ହତ୍ୟା କରି ଗଛରେ ଝୁଲାଇ ଦେଇ ଆତ୍ମହତ୍ୟା କରିଥିବାର ରୂପ ଦିଆ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣା  ପଡିବ।

Related posts

ରଥଯାତ୍ରାକୁ ଅନୁମତି ନ ଦେବା ପାଇଁ ଅପିଲ କରିଥିବା ଆବେଦନକାରୀଙ୍କ ଘରେ ଅଣ୍ଡାମାଡ

mahabharatanews

ଅଯୋଧ୍ୟା ମାଟିତଳୁ ମିଳିଲା ବହୁ ପୁରାତନ ମନ୍ଦିର ଭଗ୍ନାଂବଶେଷ

mahabharatanews

ଅଦାଲତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧର

mahabharatanews