ଓଡିଶା

ପୋଲ ଉପରୁ ଖସି ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ

(ମହାଭାରତ, ଫୁଲବାଣୀ): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ପୋଲ ଉପରୁ ଗୋଟିଏ ପୋଲିସ ଗାଡି ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳେ ଏକ ଗାଡିରେ ଗଞ୍ଜେଇ ଯାଉଥିବା ସନ୍ଦେହ କରି ରାଇକିଆ ଥାନା ପୋଲିସ ପିଛା କରିଥିଲା । ତେବେ ମଣ୍ଡାକିଆ ଗାଁ ନିକଟ ଏକ ପୋଲ ଅତିକ୍ରମ କରୁଥିବା ବେଳେ ପୋଲିସ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡିଟି ଦ୍ରୁତ ଗତିରେ ଯାଉଥିବା ବେଳେ ପ୍ରଥମେ ଭାରସାମ୍ୟ ହରାଇ ପୋଲ ବାଡରେ ପିଟି ହୋଇଥିଲା । ପରେ ପୋଲ ଉପରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ରାଇକିଆ ଥାନା ଆଇଆଇସି ଅଲେଖ ଗରଡିଆ ଏବଂ ଡ୍ରାଇଭର ମିଥୁନ ପ୍ରଧାନ ଗୁରତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related posts

ଦୁଇ ନୂତନ ସଂକ୍ରମିତଙ୍କ ତଥ୍ୟ ପ୍ରକାଶ

mahabharatanews

କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର

mahabharatanews

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬

mahabharatanews