ଓଡିଶା

ଦୁଇ ନୂତନ ସଂକ୍ରମିତଙ୍କ ତଥ୍ୟ ପ୍ରକାଶ

ଭୁବନେଶ୍ୱର: ଗତକାଲି ଆଉ ୨ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା ବେଳେ ଆଜି ସେମାନଙ୍କ ତଥ୍ୟ ପ୍ରକାଶ କରାଯାଇଛି । ଜଣେ ୩୫ ବର୍ଷୀୟ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ୨୩ ବର୍ଷର ଯୁବକ। ଆଜି ସେମାନଙ୍କ ତଥ୍ୟ ପ୍ରକାଶ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ଉଭୟଙ୍କ ଘର ରାଜଧାନୀ ଭୁବନେଶ୍ୱରରେ। ଉଭୟ ମଧୁସୂଦନ ନଗର ‘କରୋନା’ ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ ବୋଲି ସ୍ପଷ୍ଟ କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏବେ ଉଭୟଙ୍କୁ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି।

ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ୫୦ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୩୭ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ଆଇସୋଲେସନ୍‌ରେ ଥିବା ୩୭ ଜଣଙ୍କ ଭିତରୁ ୩୫ ଜଣଙ୍କ ପାଖରେ ‘କରୋନା’ ଲକ୍ଷଣ ନାହିଁ। ସେମାନଙ୍କ ପାଖରେ କାଶ, ଥଣ୍ଡା, ଜ୍ୱର ଆଦିର ଲକ୍ଷଣ ନାହିଁ। ତେଣୁ ସେମାନଙ୍କୁ ହସ୍ପିଟାଲ୍‌ କେୟାର ଦରକାର ନାହିଁ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।

Related posts

ସୁପ୍ରିମକୋର୍ଟ ଗଲେ କେନ୍ଦ୍ରାପଡା ସାଂସଦ

mahabharatanews

କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ବର୍ଷରୁ କମ ବିଶ୍ୱକପ ମହିଳା ଫୁଟବଲ

mahabharatanews

ଲୁନାକୁ ଧକ୍କା ଦେଲା ଟ୍ରକ୍, ବ୍ୟବସାୟୀ ମୃତ

mahabharatanews