Uncategorized

ଲୋକପାଳରୁ ଜଷ୍ଟିସ ଭୋସଲେଙ୍କ ଇସ୍ତଫା

ନୂଆଦିଲ୍ଲୀ: ଭ୍ରଷ୍ଟାଚାର ନିରୋଧି ସଂସ୍ଥା ଲୋକପାଳର ସଦସ୍ୟତା ପଦରୁ ଜଷ୍ଟିସ ଦିଲୀପ ବାବାସାହେବ ଭୋସଲେ ଇସ୍ତଫା ଦେଇଥିବା କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରାଳୟ ଅନୁଯାୟୀ, ପଦ ଗ୍ରହଣ କରିବାର ୧୦ ମାସ ପରେ ଜଷ୍ଟିସ ଏହି ପଦ ଛାଡି ଦେଇଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭୋସଲେଙ୍କ ଇସ୍ତଫା ୨୦୨୦ ଜାନୁଆରୀ ୧୨ରୁ ଲାଗୁ ହେବ । ଏହା ପୂର୍ବରୁ ଭୋସଲେ ଏକ ଟୁଇଟ କରି ଇସ୍ତଫା ସମ୍ପର୍କରେ ଜଣାଇଥିଲେ । ସେ ଟୁଇଟରେ ଉଲ୍ଲେଖ କରିଥିଲେ, ଲୋକପାଳଙ୍କ ନ୍ୟାୟିକ ସଦସ୍ୟ ପଦରୁ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି ଓ ଏହା୧୨ ଜାନୁଆରୀ ୨୦୨୦ରୁ ଲାଗୁ ହେବ ।

ସୂଚନାଯୋଗ୍ୟ, ଆଲାହାବାଦ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭୋସଲେ ଲୋକପାଳ ଅଧ୍ୟକ୍ଷ ଜଷ୍ଟିସ ଚନ୍ଦ୍ର ଘୋଷ ୨୭ ମାର୍ଚ୍ଚ ୨୦୧୯ରେ ପଦର ଶପଥ ଦେଇଥିଲେ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ସେ ସେହି ପଦରେ ଆସିନ୍ନ ହୋଇଥିଲେ । ସ୍ୱାଧୀନତା ସଂଗ୍ରାମୀ ପରିବାରୁ ଆସଇଥିବା ୬୩ ବର୍ଷୀୟ ଭୋସଲେ ବମ୍ବେ ଉଚ୍ଚନ୍ୟାୟାଳୟ ଓ କର୍ଣ୍ଣାଟକ ନ୍ୟାୟାଳୟରେ ବିଚାରପତି ରହିଥିଲେ । ଆନ୍ଧ୍ର ପଦେଶ, ତେଲେଙ୍ଗାନା ରାଜ୍ୟ ପାଇଁ ହାଇଦ୍ରାବାଦ ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟବାହକ ମୁଖ୍ୟ ବିଚାରପତି ଭାବେ ୧୫ ମାସ ପର୍ଯ୍ୟନ୍ତ କାମ କରିଥିଲେ । ନିୟମ ଅନୁଯାୟୀ, ଲୋକପାଳ ପ୍ୟାନେଲରେ ଜଣେ ଅଧ୍ୟକ୍ଷ ଓ ୮ ଜଣ ସଦସ୍ୟ ରହିବାର ନିୟମ ରହିଛି । ଏମ।।ନଙ୍କ ମଧ୍ୟରୁ ୪ ଜଣ ନ୍ୟାୟପାଳିକାରୁ ହୋଇଥିବା ଦରକାର ।

Related posts

ବିଶ୍ୱ ଭ୍ରମଣ ପୂର୍ବରୁ ଜାଣନ୍ତୁ, ଖାଦ୍ୟର ରୀତିନୀତି

mahabharatanews

କୋରୋନା ମୃତ୍ୟୁସଂଖ୍ୟା ୧୬୦୦ରେ ପହଞ୍ଚିଲା, କ୍ଷୁଦ୍ୟ, ଅଣୁ ଉଦ୍ୟୋଗ କର କମାଗଲା

mahabharatanews

ରଶ୍ମୀ ଠାକରେ ‘ସାମନା’ର ନୂଆ ସମ୍ପାଦିକା

mahabharatanews