Uncategorized

ଜାମିଆ, ଜେଏନୟୁ ଶିକ୍ଷାର୍ଥୀଙ୍କୁ ସାବାଡ କରିବା ଫର୍ମୁଲା ଜାଣିଛି: ବାଲ୍ୟାନ

balyn (ମିରଟ): ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ଏବେ ଜେଏନୟୁ ଓ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସାବାଡ କରିବା ନେଇ ଖୋଲା ଧମକ ଦେଇଛନ୍ତି । ଏହି ଦୁଇ ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସିଏଏକୁ ବିରୋଧ କରୁଥିବାରୁ ସେମାନଙ୍କୁ ଦମନ କରିବା ପାଇଁ ତାଙ୍କ ପାଖରେ ଅସ୍ତ୍ର ରହିଛି ବୋଲି ସେ କହିଛନ୍ତି । ଏହି ଦୁଇ ବିଶ୍ୱବିଦ୍ୟାଳୟରେ ପଶ୍ଚିମ ଉତ୍ତରପ୍ରଦେଶର ଶିକ୍ଷାର୍ଥୀ ନାମ ଲେଖାଇବା ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯାଉ । ଫଳରେ ସେମାନେ ସମସ୍ତଙ୍କୁ ଠିକ୍ କରିଦେବେ । ଏହାହିଁ ଦେଶ ବିରୋଧୀ ନାରା ଦେଉଥିବା ବିଶ୍ୱବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀଙ୍କୁ ବାଟକୁ ଆଣିବାର ଫର୍ମୁଲା । ଏଥିପ୍ରତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୁରୁତ୍ୱ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ପଶ୍ଚିମ ଉତ୍ତରପ୍ରଦେଶରେ ଭାରତର ସବୁଠାରୁ ଅଧିକ ଅପରାଧ ଘଟିଥାଏ । ତେଣୁ ସେଠାକାର ଶିକ୍ଷାର୍ଥୀ ବିଶ୍ୱବିଦ୍ୟାଳୟକୁ ଆସିଲେ ସମସ୍ତଙ୍କୁ ଚୁପ୍ କରାଇଦେବେ ବୋଲି କେନ୍ଦ୍ରମନ୍ତ୍ରୀ ବାଲ୍ୟାନ ପରୋକ୍ଷରେ କହିଛନ୍ତି ।

Related posts

ହଲିଉଡ ପ୍ରଡ୍ୟୁସରଙ୍କ ଆତ୍ମହତ୍ୟା

mahabharatanews

ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କା

mahabharatanews

ଫିଲ୍ମ ଫ୍ରାଇଡରେ ରିଲିଜ ହୋଇଛି ‘ଶୁଭ ମଙ୍ଗଲ୍’ଓ ‘ଭୂତ’

mahabharatanews

Leave a Comment