Uncategorized

ନିର୍ଭୟା ଦୋଷୀ ପବନକୁ ନାବାଳକ ପ୍ରମାଣ କରୁଥିବା ଓକିଲଙ୍କୁ ବାର କାଉନସିଲର ଜବାବ ତଲବ

(ନୂଆଦିଲ୍ଲୀ): ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ପାଇଁ ଲଢୁଥିବା ଓକିଲ ଏପି ସିଂହଙ୍କୁ ଦିଲ୍ଲୀ ବାର୍ କାଉନସିଲରୁ ଝଟକା ଲାଗିଛି । ନିର୍ଭୟା ବଳାତ୍କାର ମାମଲାର ଅନ୍ୟତମ ଅଭିଯୁକ୍ତ ପବନ ଗୁପ୍ତାକୁ ଫାଶୀରୁ ବଞ୍ଚାଇବା ପାଇଁ ଏପି ସିଂହ କୋର୍ଟରେ ମିଥ୍ୟା ଉପସ୍ଥାପନ କରିଥିଲେ । ପବନକୁ ନାବାଳକ ସାବ୍ୟସ୍ତ କରିବା ପାଇଁ ସେ ନକଲି କାଗଜପତ୍ର ଦାଖଲ କରିଥିଲେ । ଏନେଇ ତାଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ଯାଇ ବାର କାଉନସିଲ ୨ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛି । ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟ ଏପି ସିଂହଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ତାଙ୍କୁ ବାରମ୍ବାର ସମନ ସତ୍ତେ୍ୱ ସେ ଅଦାଲତରେ ଉପସ୍ଥିତ ହୋଇନଥିଲେ । ଏଥିପାଇଁ ଅଦାଲତ ତାଙ୍କ ଉପରେ ଖପ୍ପା ହୋଇଥିଲେ ।

Related posts

ନୂଆବର୍ଷରେ ଆତଙ୍କୀଙ୍କ ଗୁଳିବର୍ଷା, ନୌସେରାରେ ୨ ଯବାନ ଶହୀଦ

mahabharatanews

ୟୁପି କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ମିଳିବ ଆଇପ୍ୟାଡ

mahabharatanews

ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି: ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews