କାଠମାଣ୍ଡୁ: ବିଶ୍ୱର ସବୁଠାରୁ ଗେଡା ଲୋକ ଭାବେ ପରିଚିତ ନେପାଳର ଖଗେନ୍ଦ୍ର ଥାପ୍ପା ମଗରଙ୍କ ମୃତ୍ୟୁ ଘଟିଛି । ମାତ୍ର ୨୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଖଗେନ୍ଦ୍ର ନିମୋନିଆ ରୋଗରେ ପୀଡିତ ଥିଲେ ଓ କାଠମାଣ୍ଡୁଠାରୁ ୨୦୦ କିଲୋମିଟର ଦୂର ପୋଖରାର ଏକ ଡାକ୍ତରଖାନାରେ ଚିକିତ୍ସିତ ଥିଲେ । କିନ୍ତୁ ସେଠାରେ ତାଙ୍କର ପରଲୋକ ଘଟିଛି । ଖଗେନ୍ଦ୍ରଙ୍କ ଭାଇ ମହେଶ ତାଙ୍କୁ ଗଣମାଧ୍ୟମକୁ ସୂଚନା ଦେଈଥିଲେ । ୬୭ ଦଶମିକ ୮ ସେଣ୍ଟିମିଟର ଉଚ୍ଚତାର ଖଗେନ୍ଦ୍ର ବିଭିନ୍ନ ସମୟରେ ନାନା ସଂକ୍ରମଣରେ ପୀଡିତ ରହୁଥିଲେ । ତେଶେ ହୃଦୟ ଜନିତ ସଂକ୍ରମଣରେ ସେ ଆରପାରିକୁ ଚାଲିଯାଇଛନ୍ତି । ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା, ସେତେବେଳେ ଅର୍ଥାତ୍ ୨୦୧୦ରେ ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲେ । ତାଙ୍କୁ ପୃଥିବୀର ସବୁଠାରୁ ଗେଡା ଲୋକ ଭାବେ ଘୋଷଣା କରାଯାଇଥିଲା । ସେହି ନେପାଳର ଚନ୍ଦ୍ର ବାହାଦୁର ଡଙ୍ଗୀଙ୍କୁ ଏହି ମାନ୍ୟତା ମିଳିଥିଲେ ମଧ୍ୟ ୨୦୧୫ରେ ତାଙ୍କ ମୃତ୍ୟୁ ହେବା ଯେ।।ଗୁ ପୁଣି ଖଗେନନ୍ଦ୍ରଙ୍କୁ ବିଶ୍ୱର ସବୁଠାରୁ ଗେଡା ବ୍ୟକ୍ତି ସମ୍ମାନ ମିଳିଥିଲା ।
previous post
