Uncategorized

ସିଏଏ ବିରୋଧକାରୀ ହେଉଛନ୍ତି ଦଳିତ ବିରୋଧୀ: ଶାହା

ବେଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଯେଉଁ ଦଳମାନେ ବିରୋଧ କରୁଛନ୍ତି, ସେମାନେ ଦଳୀତ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି । ସିଏଏକୁ ନେଇ ମୁସଲିମ ସମ୍ପ୍ରଦାୟ ଭୟଭୀତ ହେବାର ଆବଶ୍ୟକତା ନାହିଁ । ସିଏଏ ନାଗରିକତା ଛଡାଇବା ଆଇନ ନୁହେଁ ଏହା ନାଗରିକତା ପ୍ରଦାନକାରୀ ଆଇନ ବେ।।ଲି କର୍ଣ୍ଣାଟକରେ ଆୟୋଜିତ ବିଜେପିର ଜନ ଜାଗରଣ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ମନ୍ତ୍ରୀ କହିଛନ୍ତି ।
ଶାହା ତାଙ୍କ ଉଦ୍ବୋଧନରେ କହିଛନ୍ତି, ଦେଶରେ ଥିବା ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ତାନର ଶରଣାର୍ଥିଙ୍କ ମଧ୍ୟରେ ୭୦% ହେଉଛନ୍ତି ଦଳିତ ସମ୍ପ୍ରଦାୟର । ସେମାନଙ୍କ ସୁରକ୍ଷା ପ।।ଇଁ କରାଯାଇଥିବା ନାଗରିକତା ସଂଶୋଧନ ଆଇନର ବିରୋଧ କରିବା ଅର୍ଥ ଦଳିତଙ୍କୁ ବିରୋଧ କରିବା । ଏହି ଅସରରେ ସିଏଏ ବିରୋଧୀଙ୍କ ପ୍ରଶ୍ନ କରିଥିଲେ, ସେମାନେ ଦଳିତ ବିରୋଧୀ ଆନ୍ଦୋଳନରୁ କଣ ଲାଭ ପାଇବେ? ଆଇନରେ ସେହିସବୁ ଦେଶର ମୁସଲମାନଙ୍କୁ ଭାରତରେ ନାଗରିକତା ମିଳିବ ନାହିଁ । କିନ୍ତୁ ଏହା ଦ୍ୱାରା ଭାରତୀୟ ମୁସଲମାନ ପ୍ରଭାବିତ ହେବେ ନାହିଁ । ଏହାକୁ ବିରୋଧ କରୁଥିବା ଲୋକଙ୍କୁ ସେ ବିତର୍କ ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି ।

Related posts

୧ ମେ’ରୁ ମହାରାଷ୍ଟ୍ରରେ ଏନପିଆର ଲାଗୁ ହେବ

mahabharatanews

ଅଳେଇଚରେ ରହିଛି ଅନେକ ଔଷଧୀୟ ଗୁଣ

mahabharatanews

ଭୟଙ୍କର ଦୁର୍ଘଟଣା : ୪ ମୃତ, ୬ ଗୁରୁତର

mahabharatanews

Leave a Comment